ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ-ପିତୃ ପୂଜନ ଉତ୍ସବ ପାଳିତ

ବାଲେଶ୍ଵର : ରସାଳପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ମାତୃ-ପିତୃ ପୂଜନ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟା ଦେବସ୍ମିତା ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ା. କୁମାର ଗୋପାଲ୍ ଯୋଗଦାନ କରି ମାତୃ ପିତୃ ପୂଜନ ଉତ୍ସବର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟରେ ମାତା ପିତା ନିଜ ପିଲାମାନଙ୍କୁ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଦୂରେଇ ଭାରତୀୟ ସଂସ୍କୃତି ଅଭିମୁଖି କରାଇବାକୁ ଆହ୍ୱାନ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ବିଦ୍ୱତ ପରିଷଦର ମୁଖ୍ୟ ଶିବାଜୀ ନିଜ ବକ୍ତବ୍ୟରେ ଏତାଦୃଶ କାର୍ଯ୍ୟକ୍ରମ ର ଭୁୟିୟସୀ ପ୍ରଶଂସା କରିଥିଲେ। ସଂପାଦକ ଶମ୍ଭୁନାଥ ଯାଦବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଗୁରୁଜୀ-ଗୁରୁମା ଓ ସେବୀକା ପରିଚାଳନାରେ ସହଯୋଗ କରିଥିଲେ। ଶତାଧିକ ମାତା-ପିତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।