ଉତ୍କଳୀୟ ଖଣ୍ଡାୟତ ଓଡ଼ିଆ ସମାଜର ବୈଠକ
ବୁଗୁଡ଼ା : ତା ୧୪/୦୨/୨୩ : ସ୍ଥାନୀୟ ବଳଦେବସ୍ବାମୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳୀୟ ଖଣ୍ଡାୟତ ଓଡ଼ିଆ ସମାଜର କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ହରେକୃଷ୍ଣ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମାଜର କାର୍ଯାଳୟ ଗୃହ ନିର୍ମାଣ , ସାଙ୍ଗଠନିକ ଆଲୋଚନା ମାଧ୍ୟମରେ ସମାଜର ଯୁବଗୋଷ୍ଠୀକୁ ପ୍ରେରଣା ଯୋଗାଇବା , ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହନ ସହ ନାରୀମାନଙ୍କ ଅଗ୍ରଗତି ନିମିତ୍ତ ପ୍ରଚେଷ୍ଟା ଜାରି ରଖିବା ନେଇ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା । ଏ ଅବସରରେ ଗୁଣ୍ଡୁରିବାଡି ଗ୍ରାମର ଏକ ଗରିବ ଓ ଭିନ୍ନକ୍ଷମ ପିତାମାତାଙ୍କ କନ୍ୟାର ବିବାହ କାର୍ଯ୍ୟ ପାଇଁ ସମାଜର କଲ୍ଯାଣ ପାଣ୍ଠିରୁ ସହାୟତା ରାଶି କନ୍ଯାପିତାଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ଉପଦେଷ୍ଟା ନିତ୍ୟାନନ୍ଦ ପାତ୍ର, ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ , ନାରାୟଣ ପ୍ରଧାନ , ରମେଶ ଜେନା , କିଶୋର ଚନ୍ଦ୍ର ପାତ୍ର , ପଦ୍ମ ଚରଣ ପ୍ରଧାନ , ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।