ଝଙ୍କଡ଼ ସାରଳା ଙ୍କ ମକରବେଢା ପରିକ୍ରମା
ତିର୍ତ୍ତୋଲ14/1/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ମନ୍ଦିରରେ ମକର ପର୍ବ, ଆବାହମାନ କାଳରୁ ନିଆରା ଢଙ୍ଗରେ ପାଳନ ହୋଇଆସୁଅଛି l ମକର ସଂକ୍ରାନ୍ତି ପୂର୍ଵଦିନ ମାସନ୍ତ ରାତିରେ ମାଆଙ୍କ ବଡ଼ସିଂହାର ଓ ଭୋଗପୂଜା ପରେ, ଚଳନ୍ତିପ୍ରତିନିଧି ବିଜେପ୍ରତିମା ଙ୍କୁ ଏକ ବର୍ଣ୍ଣlଢ୍ୟ ପଟୁଆର ମଧ୍ୟରେ ନଅଥର ବେଢା ପରିକ୍ରମା କରାଯାଇ ପୁନଃଶ୍ଚ ସିଂହାସନ ରେ ଅଭିଷିକ୍ତ କରାଯାଇଥିଲା l ପରଦିନ ମକରସଂକ୍ରାନ୍ତି ଦିନ ପ୍ରଥମପ୍ରହର ଧୂପ ପୂର୍ବରୁ, ମାଆଙ୍କ ମାଳଚୁଳ, ପଞ୍ଚ ଉପଚାର ଓ ମକରଚାଉଳ କୁ ବଡ଼ପଣ୍ଡା, ପରିଛା ଓ ସେବାୟତ ସହଯୋଗୀମାନେ, ରତ୍ନଥାଳି ରେ ସଜାଇ ପଟୁଆର ମଧ୍ୟରେ ତିନିଥର ମନ୍ଦିର ବେଢା ପରିକ୍ରମା କରା ଯିବା ପରେ, ଯାତ୍ରୀମାନଙ୍କ ପ୍ରସ୍ତୁତ ହୋଇଥିବା ମକରଚାଉଳ ମାଆଙ୍କ ନିକଟରେ ଭୋଗଲାଗି ହୋଇଥିଲା l ମାତ୍ର ମକରସଂକ୍ରାନ୍ତି ଦିନ ପ୍ରବଳଯାତ୍ରୀ ସମାଗମ କୁ ଦୃଷ୍ଟିରେ ରଖି ଚଳିତବର୍ଷ 45100/ ଟଙ୍କା ରେ ବସନ୍ତବଗିଚାରେ ଗାଡିପାର୍କିଂ ନିଲାମ କରାଯାଇଥିଲା l ମାତ୍ର ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ, ଭିନ୍ନକ୍ଷମ ଓ ରୋଗୀମାନଙ୍କ ପାଇଁ ସାରଳାମନ୍ଦିର ପ୍ରଶାସନ ତରଫରୁ ଅଟୋରିକ୍ସା ର ବ୍ୟବସ୍ଥା ନଥିବାରୁ ବହୁସଂଖ୍ୟକ ଭିନ୍ନକ୍ଷମ, ରୋଗୀ ଓ ବରିଷ୍ଟନାଗରିକ ମାନେ ମନ୍ଦିର ପାଖକୁ ଆସିନପାରି, ମାଆଙ୍କ ଦର୍ଶନ ରୁ ବଞ୍ଚିତହୋଇ, ନିରାଶରେ ଫେରିଯାଇ ଥିବାର ଦେଖିବାକୁ ମିଳିଥିଲା l ତେବେ କେବଳ ମକରସଂକ୍ରାନ୍ତି ନୁହେଁ, ମହାବିଷୁବ ପଣାସଂକ୍ରାନ୍ତି, ରଜପର୍ବ, ଅଶ୍ୱିନ ପାର୍ବଣ ମହାଷ୍ଟମୀ ଓ ଇଂରାଜୀ ନବବର୍ଷ ମଧ୍ୟ ଦୁରାଗତ ଯାତ୍ରୀ ମାନଙ୍କୁ ଏହିପରି ଦୁର୍ଦ୍ଦଶା ଭୋଗକରିବାକୁ ପଡୁଛି l ସାରଳା ମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ସର୍ବୋପରି ରାଜ୍ୟସରକାରଙ୍କ ତରଫରୁ ଯାନିଯାତ୍ରା ଦିନ ମାନଙ୍କରେ ଏହି ସ୍ୱତନ୍ତ୍ର ସୁବିଧା ସୁଯୋଗ ବ୍ୟବସ୍ଥା ର ପ୍ରଚଳନ କରାଇବା ପାଇଁ ସାଧାରଣରେ ଦୃଢ଼ଦାବୀ ହେଉଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
