March 7, 2026

ବୁଗୁଡ଼ା ମେଡିକାଲରେ ଅଜଣା ପାଗଳର ମୃତ୍ୟୁ 

hand
Share

 

ବୁଗୁଡା : ତା ୧୪/୦୧/୨୬ : ବୁଗୁଡ଼ା ସହରରେ କିଛି ଦିନ ହେଲା ଜଣେ ପାଗଳ ବ୍ଯକ୍ତି ଏଣେତେଣେ ଘୁରିବୁଲୁଥିବା ଦେଖିବାକୁ ମିଳୁଥିଲା। ତେବେ ଆଜି ସନ୍ଧ୍ୟା ପୂର୍ବରୁ ସେହି ପାଗଳ ବ୍ଯକ୍ତି ଜଣକ ବ୍ଲକ ଛକ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଅଚେତ ଅବସ୍ଥାରେ ପଡିଥିଲେ। ତାଙ୍କୁ ରାସ୍ତାକଡରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି।