March 7, 2026

ଖରିଡାକୁ ରାଜସ୍ବ ଗ୍ରାମ ଘୋଷଣା ଓ ପଟା ବଣ୍ଟନ 

IMG-20260114-WA0060
Share

 

ବୁଗୁଡ଼ା :ତା ୧୪/୦୧/୨୬ : ବୁଗୁଡ଼ା ତହସିଲ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ଖରିଡା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ଦୀର୍ଘ ୨୭ ବର୍ଷ ଧରି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲାବେଳେ ଏବେ ତାହା ଫଳପ୍ରଦ ହୋଇଛି। ଆଜି ଖରିଡା ଗ୍ରାମରେ ତହସିଲଦାର ତାପସ ରାଉତଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖରିଡାକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା ସହ ୩୧ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଡିଓ ଦୁତିକୃଷ୍ଣ ପାତ୍ର, ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ବାଲିପଦର ଫାଣ୍ଡି ଅଧିକାରୀ କେ.ନିଳାଦ୍ରୀ ରେଡି, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଖରିଡାକୁ ରାଜସ୍ବ ଗ୍ରାମ ଘୋଷଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଜଣାଯାଇଛି।