ଆଜି ଦିନ ପେଣ୍ଠକଟା ସାଇ ବାବା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଦକ୍ଷିଣ ଭାରତ ତଥା ତେଲୁଗୁ ସମ୍ପ୍ରଦାୟ ର ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ

ଆଜି ଦିନ ପେଣ୍ଠକଟା ସାଇ ବାବା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଦକ୍ଷିଣ ଭାରତ ତଥା ତେଲୁଗୁ ସମ୍ପ୍ରଦାୟ ର ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ପାଳନ କରିଥିଲେ, ଏହି ଉତ୍ସବରେ ପେଣ୍ଠକଟା ଯୁବତୀ ମାନଙ୍କ ଦ୍ଵାରା ଝୋଟି ରଙ୍ଗୋଲି ଓ ଅନ୍ୟାନ୍ୟ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ୟାଜଲା ଅପଲରଜୁ ସମ୍ମାନୀୟ ଅତିଥି ରୂପେ ଶ୍ରୀ ସତ୍ୟନାରାୟଣ ମାଷ୍ଟର, ଶ୍ରୀ କୋଭିର ପ୍ରସନା କୁମାର ଏବଂ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା କୃତି ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ପୁରୀ ଜିଲ୍ଲା ମତ୍ସ୍ୟ ଜିବୀ ୟୁନିଅନର ସଭାପତି ଶ୍ରୀ ବାବୁଲା ପ୍ରସାଦ ପୌରତ୍ୟ ଓ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥମାନେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ତେଲୁଗୁ ଲୋକମାନଙ୍କର ପରମ୍ପରା, ସଂସ୍କୃତି ଓ ସମ୍ପ୍ରଦାୟର ମହାନତା ବୁଝାଇ କହିଥିଲେ । ଏହି ମକର ପାଙ୍ଗଲ ରେ ଝିଅ, ଝୋଇ, ନାତି ଓ ନାତୁଣୀ ଘାରକୁ ଆସିଥାନ୍ତି । ସେମାନଙ୍କୁ ଖୁସି କରିବାପାଇଁ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି କରାଯାଇଥାଏ । ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହି ତିନି ଦିନ ରେ ପ୍ରଥମ ଦିନ ବୋଗୀ ବା ଅଂଗ୍ନି ଜଳା ଏଥିରେ ପୁରୁଣା ଜିନିଷ ମନ୍ ଅଗ୍ନି ଦାହକରଜାଏ , ଦ୍ୱିତୀୟ ଦିନ ମକର ସଂକ୍ରାନ୍ତିରେ ଦେବା ଦେବୀ ପୂଜା କରିବା ସଙ୍ଗେ ନୂତନ ଅମଳରେ ଜାଉ, ପିଠା ଓ ବିଭିନ୍ନ ବ୍ୟଞ୍ଜନ କରି ପୂର୍ବ ପୁରୁଷ ମାନଙ୍କୁ ନୂତନ ବସ୍ତ୍ର ଅର୍ପଣ କରିଥାନ୍ତି । ତୃତୀୟ ଦିନ କାନୁମୁ ଅର୍ଥାତ ଖୁସିର ଦିନ ମଜା କରିବାର ଦିନ ଓ ମଞ୍ଚରେ ସଂସ୍କୃତ କାର୍ଯ୍ୟକ୍ରମ କରାଯାଇଥାଏ । ଶେଷରେ ସାଇବାବା ମନ୍ଦିର ଟ୍ରଷ୍ଟ ତରପ୍ ରୁ ଉପସ୍ଥିତ ସମସ୍ତଙ୍କୁ ଶ୍ରୀ ସୋଡିପିଲି ଶିବା ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ