ପବିତ୍ର ମକର ସଂକ୍ରାନ୍ତି ରେ ଘଟିଲା ଅଘଟଣ,

କଟକ ( ଦେବାଶିଷ ଦାଶ୍ )
ଆଜି ମକର ସଂକ୍ରାନ୍ତି ।
ତେବେ ମକର ରେ କାଳ ସାଜୁଛି ଗୁଡ଼ି ଉଡ଼ା । କଟକରେ ଗୁଡ଼ି ମାଞ୍ଜା ସୂତାରେ ଜଣେ ଯୁବକଙ୍କର ବେକ କଟିଛି । ବେକରେ ଗଭୀର ଦାଗ ହୋଇଛି । କଟକରେ ଏହା ପ୍ରଥମ ଘଟଣା ନୁହେଁ । ଗତ ୪ ଦିନ ଭିତରେ କଟକରେ ଏଭଳି ୫ଟି ଅଘଟଣ ଘଟିଛି । ଗତ ୯ ତାରିଖ ଦିନ କଟକ ବୟାଳିଶି ମୌଜା ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଡ଼ି ସୂତାରେ ଆହତ ହୋଇଥିଲେ ,
୧୦ ତାରିଖ ଦିନ ପାଲାମଣ୍ଡପ ସାମ୍ନାରେ ଜଣେ ବାଇକ୍ ଆରୋହୀ ଗୁଡ଼ି ସୂତାରେ ଆଘାତ ପାଇଥିଲେ । ସେହିଭଳି ଗତକାଲି ଅପରାହ୍ନରେ ତ୍ରିଶୂଳିଆ ପାଖରେ ତିନି ଜଣ ଗୁଡ଼ି ସୂତାରେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଯୁବକଙ୍କର ବେକ ଓ ଆଙ୍ଗୁଳି କଟିଛି । ଆହତ ଯୁବକ ହେଉଛନ୍ତି ଅନିକେତ ଦାସ ।