ଗଞ୍ଜାମ ସହରରୁ ଡମ୍ବୁରୁ ରାଜ୍ୟସ୍ତରୀୟ ଭରୋତ୍ତଳନରେ ଭାଗ ନେବେ

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା
ଆସନ୍ତା 17, 18,19 ତିନିଦିନ ଧରି ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଭରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡ଼ମ୍ବୁରୁଧର ରାଓ l ତେଇଶି ବର୍ଷ ସିନିଅର ପ୍ରତିଯୋଗିତାରେ ଭାଗ ନେବେ ଡମ୍ବୁରୁ l ଏଥିପାଇଁ ସେ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ କୋଚ ଜିତେଶ ଦାସଙ୍କ ପାଖରେ ପ୍ରଶିକ୍ଷଣ ନେଉଛନ୍ତି l ଗଞ୍ଜାମ ଜିଲ୍ଲା ଶେରଗଡ଼ ପାୱାର ଲିଫ୍ଟ ସମ୍ପାଦକ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଡମ୍ବୁରୁଙ୍କ ବ୍ରହ୍ମପୁର ଅଞ୍ଚଳର ଆଶିଷ ସାହୁ ଓ ବରୁଣ ରାଓ ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି l ଏଥିରେ ଡମ୍ବୁରୁ ନିଶ୍ଚିତ ସଫଳତା ହାସଲ କରିବେ ବୋଲି କୋଚ ଜିତେଶ ଆଶାବାଦୀ ଥିବା ଗଣମାଧ୍ୟମକୁ ସୂଚନା ମିଳିଛି l ପ୍ରକାଶ ଯୋଗ୍ୟ ଜିଲ୍ଲା ଓ ଜିଲ୍ଲା ବାହାରେ ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ପ୍ରତିଯୋଗିତା ଗୁଡିକରେ ସେ ଅନେକ ସଫଳତା ହାସଲ କରିଛନ୍ତି l