ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ପାଳିତ
ଗୁଣପୁର, ସ୍ଥାନୀୟ ଟାଉନହଲ ପରିସରରେ ବିଜେଡି ର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବିଜେଡି ଜିଲାସଭାପତି ସୁଧୀର କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ଆଇନ ତଥା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାମୁଖ୍ୟ ଅତିଥିବାବେ ଯୋଗଦେଇ କର୍ମୀମାନଙ୍କ ପାଇଁ ଆଜି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୨୬ ବର୍ଷଧରି ସୁଶାସନ କରିବାରେ ସଫଳ ହୋଇଛନ୍ତି। ଆଗକୁ ସ୍ଵର୍ଣ୍ଣ ଜୟନ୍ତି ପାଳନ କରିବା ଲକ୍ଷନେଇ କର୍ମୀମାନେ ମତାନ୍ତର ଭୁଲି ଏକଜୁଟ ହୋଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସୁଶାସନ ଯୋଗୁ ଆଜି ଓଡିଶା ଯଥେଷ୍ଟ ଆଗେଇଛି। ଆଦିବାସୀ ବହୁଳ ରାଜ୍ୟରେ ବିଏସକେୱାଇ ଯୋଜନା ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦିଗରେ ରାଜ୍ୟ ସରକାର ଯେଉଁ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ଗରିବ ଲୋକେ ଉପକୃତ ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଲଗାତାର ୨ୟ ଥର ପାଇଁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆୟୋଜନ କରି ଦେଶ ବିଦେଶରେ ଓଡିଶା ଆଜି ପରିଚିତ ହୋଇ ପାରିଛି ବୋଲି ମତପ୍ରକାଶ କରିଥିବା ବେଳେ ସାଢ଼େ ୪କୋଟି ଜନତା ଙ୍କୁ ନିଜ ପରିବାର ଭାବି ଓଡ଼ିଶାର ବିକାଶ ଧାରାକୁ ନବୀନ ବାବୁ ଆଗେଇ ନେବାରେ ସକ୍ଷମ ହୋଇପାରିଛନ୍ତି। ଏହି ସମାବେଶରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଜିଲାପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଜିଲ୍ଲାସ୍ୱତନ୍ତ୍ର ଉହ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝୀ,ବିଜେଡି କୋରାପୁଟ ଯୋନ ମହିଳା ଅଧ୍ୟକ୍ଷା ଲତା ରାୟ, ଛାତ୍ର ଯୋନ ସଭାପତି ଶଶାଙ୍କ ବାବୁ,ରାଜ୍ୟ ପଛୁଆବର୍ଗ ଯୋଜନା ଉପଦେଷ୍ଠା ପୃଥିବୀରାଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖଡଙ୍ଗା,ଛାତ୍ର ବିଜେଡି ସଭାପତି ବିଷ୍ଣୁ ପଣ୍ଡା,କାଉନସିଲର ଦେବୀ ଆଚାର୍ଯ୍ୟ,ଏସ ବାବା ପ୍ରସାଦ, ମଣ୍ଟୁ ଆଚାର୍ଯ୍ୟ, ଦୁର୍ଗା ସାହୁ,କୈଳାଶ କ୍ରାଷ୍କା, ରଘୁନନ୍ଦନ ନାୟକ,ସନ୍ତୋଷ ମହାନ୍ତି, କେଦାର ସାହୁ,ଟୁନା ଗୌଡ଼,କମଳ ମୁଟିକା , କାରିଆନା,ଜିତୁ ବେଡ୍ରେକା,ଙ୍କ ସମେତ ଗୁଣପୁର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ। ଏହି ଅବସରରେ ବିଶାଳ ବାଇକ ଶୋଭାଯାତ୍ରା କରି ସହର ପରିକ୍ରମା କରାଯାଇ ନୂତନ ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା