ବୁଗୁଡ଼ା କୋର୍ଟରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ , ୫୫ଟି ମାମଲାର ଫଇସଲା
ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର ଦିନ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚତୁର୍ଥ ରାଷ୍ଟ୍ରୀୟ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ତାଲୁକ ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ତଥା ବିଚାରପତି ସୁଧାଶ୍ରୀ ସୁରଝଳିଆ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଅଦାଲତରେ ବିଚାରପତିଙ୍କ ଦ୍ବାରା ୫୫ଟି ବିଭିନ୍ନ ମାମଲାର ବିଚାର କରାଯାଇ ଫଇସଲା ହୋଇଥିଲା। ଉକ୍ତ ଅଦାଲତରେ ଓକିଲ ସଙ୍ଘର ସଦସ୍ୟଗଣ ଓ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ।
