March 7, 2026

ବଅଁରପାଳ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

WhatsApp Image 2025-12-13 at 6.55.06 PM (1)
Share

ଅନୁଗୋଳ, ୧୩.୧୨.୨୫ : ବଅଁରପାଳ ବ୍ଲକ ସ୍ଥିତ ବଉଳିଗଡ ଜଙ୍ଗଲ ପରିସରରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଏହି ସାମ୍ବାଦିକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୨୦ରୁ ଉର୍ଦ୍ଧ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ । ଏହି ଅବସରରେ ଦୂର ଦୁରାନ୍ତରୁ ନିଜର କର୍ମମୟ ଜୀବନରୁ ସମୟ ବାହାର କରି ବନ୍ଧୁ ମାନେ ଏକତ୍ରିତ ହୋଇ ମଜାମସ୍ତି, ଭାବର ଆଦାନ ପ୍ରଦାନ, ଭୋଜିର ଆୟୋଜନ କରିଥିଲେ । ବଣଭୋଜି ଅବସରରେ ନୂତନ ବର୍ଷକୁ ଅଧିକ ଉଲ୍ଲାସ, ଶ୍ରୁତିମାଧୁଜ୍ୟ କରିବା ପାଇଁ ପରସ୍ପରଙ୍କୁ ଉତ୍ତୋରିୟ ଦ୍ୱାରା ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ପର୍କ ମଧ୍ୟରେ ଶ୍ରେଷ୍ଠ ବନ୍ଧୁତ୍ୱପୂର୍ଣ୍ଣ ସୁସମ୍ପର୍କ, ତାହା ଉକ୍ତ ଅବସରରେ ବେଷ ହୃଦୟଙ୍ଗମ ହେଉଥିଲା