April 24, 2026
ajiro khabar
Share

 

୧-ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସ୍କୁଲ,କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ।

 

୨-ନିୟମିତ ଶିକ୍ଷକ ମାନ୍ୟତା ପାଇଁ କଳା, କ୍ରୀଡ଼ା ଶିକ୍ଷକଙ୍କ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା।

 

୩-MLAଙ୍କ ସାଢ଼େ ୩ ଗୁଣା ଦରମା ବୃଦ୍ଧି ପ୍ରସଙ୍ଗ, ସୋସିଆଲ୍ ମିଡିଆରେ ୯୦% ଲୋକ ଝାଡ଼ୁଛନ୍ତି ରୋଷ।

 

୪-କନ୍ଧମାଳରେ ହାଡ଼ ଭଙ୍ଗା ଶୀତ, ବିଭିନ୍ନ ସ୍ଥାନରେ ତୁଷାରପାତ।ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ଓ ଜି ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି

 

୫-କଟକ – ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ରେ ଅଦଳବଦଳ:୮ ଇନ୍ସପେକ୍ଟରଙ୍କ ବଦଳି।

 

୬-ଭାରତରେ ଆୟ ଏବଂ ସମ୍ପତ୍ତି ଅସମାନତା ରେକର୍ଡ ସ୍ତରରେ, ଜାତୀୟ ଆୟର ୫୮% ନେଇ ଯାଉଛନ୍ତି ଶ୍ରେଷ୍ଠ ୧୦% ଧନୀ।

 

୭-ଭୁବନେଶ୍ୱର:ନୂଆ ରୂପରେ ଏବେ ସତ୍ୟ ନଗର ଶ୍ମଶାନ,ପୂଜା ପିଣ୍ଡି, ହେଲ୍ପ ଡେସ୍କ ଓ ବିଶ୍ରାମ ଗୃହ ରହିଛି।

 

୮-ମାଲକାନଗିରି:ହିଂସାକାଣ୍ଡର ୫ ଦିନ ପରେ ଧୀରେ ଧୀରେ ଫେରୁଛି ଶାନ୍ତି, ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ।

 

୯-ଭୁବନେଶ୍ୱର:ନୂଆବର୍ଷରେ ଦାୟିତ୍ବ ନେବେ କି ନୂଆ ଚିଫ୍ ସେକ୍ରେଟାରୀ ? ସିନିୟର ତାଲିକାରେ ଏବେ ୪ ଆଇଏଏସ୍।ସବୁଠୁ ଆଗରେ ଅଛି ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ନାଁ।

 

୧୦-କଟକ:ଭିଜିଲାନ୍ସ ଅଫିସର କହି ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ, ଶଳା-ଭିଣୋଇ ଗିରଫ

 

୧୧-ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇଲା ବେଦାନ୍ତ ଆଲୁମିନିୟମ, ପ୍ରଦାନ କଲା ହୁଇଲଚେୟାର ଏବଂ ଶ୍ରବଣ ଯନ୍ତ୍ର।

 

୧୨-ଭୁବନେଶ୍ୱର: ଉନ୍ନତ ପ୍ରଦର୍ଶନ ପାଇଁ ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା।

 

୧୩-ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ।

 

୧୪-ରାଜଧାନୀର ସତ୍ୟବିହାର ସ୍ଥିତ ଏକ ବାରରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା କୋଠାର ରୁଫ ଟପରେ ଥିବା ବାର । ଚାହୁଁ ଚାହୁଁ ବାରଟି ସଂପୂର୍ଣ୍ଣ ଜଳିଯାଇଛି । ଘଣ୍ଟାଏ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ ।

 

୧୫-ଆଠଗଡ଼, ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ପ୍ରଧାନ ଶିକ୍ଷୟିତ୍ରୀଙ୍କ କାରରୁ ବାହାରିଲା ୫ ବସ୍ତା ଚାଉଳ।

 

୧୬-ବଣାଇ:ବଳଦ ଖାଇଦେବାରୁ ବାଘକୁ ବିଷ ଦେଇ ମାରିଦେଲେ, ଘଟଣାସ୍ଥଳରେ RCCF, DFO।

 

୧୭-କୋଣାର୍କରେ ମନମୋହିଲା ଅଗ୍ନିବୀରଙ୍କ ରଣକୌଶଳ, ୧୨ କୋଟି ବ୍ୟୟରେ ହୋଇଛି ଅତ୍ୟାଧୁନିକ ଟ୍ରେନିଂ ପ୍ରତିଷ୍ଠାନ।

 

୧୮-ସୁନା ରୁପା ଦର ବୃଦ୍ଧି ଜାରି,୨୪ କ୍ୟାରେଟ୍ ସୁନା ଦର ୧,୩୩,୨୦୦ ଏବଂ କିଲେ ରୂପା ଦର ୨,୧୫,୦୦୦ ଟଙ୍କା ଅଛି।

 

୧୯-ନୂଆ ଦିଲ୍ଲୀ:ସରକାର ଜଣାଇଦେଲେ ୨୦୨୭ ଜନଗଣନାର ପୁରା ଯୋଜନା, ଦୁଇଟି ପର୍ଯ୍ୟାୟରେ ହେବ, ଜାତି ମଧ୍ୟ ପଚରାଯିବ ଏଥିପାଇଁ ୧୧,୭୧୮ କୋଟି ମଞ୍ଜୁର।

 

୨୦-ଆମେରିକାର କଟକଣାକୁ ଭାରତର ଫୁ’, ନଭେମ୍ୱରରେ ୫ ମାସର ସର୍ବୋଚ୍ଚ ସ୍ତରରେ ରୁଷ ତେଲ ଆମଦାନୀ।