ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ରେ ବାଳ ନିକେତନ ଛାତ୍ରଙ୍କ ସଫଳତା

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଆୟୋଜିତ ସାରା ରାଜ୍ୟରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ଅନ୍ତେବାସୀ ଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଓ ପରିଚୟ ସୃଷ୍ଟି କରିବା ପାଇଁ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଉତ୍ସାହ-୨୦୨୫ ଅନୁଷ୍ଠିତ ହେଉଛି । ଜିଲ୍ଲା ସ୍ତରରେ ଯେଉଁମାନେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସେମାନେ ରାଜ୍ୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । କ୍ୟାରମ ଖେଳ ରେ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଲିମାମେଡା ଠାରେ ଥିବା ବାଳ ନିକେତନ ଶିସୁଗୃହ ର ମହେଶ୍ବର ଶବର ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ମହେଶ୍ବର ବର୍ତ୍ତମାନ ବିଟସ ବୈଷୟିକ ମହାବିଦ୍ୟାଳୟ ରେ ଇଲେକ୍ଟ୍ରିକାଲ ବିଭାଗ ରେ ଦ୍ୱିତୀୟ ବର୍ଷ ରେ ପଢୁଛନ୍ତି । ମହେଶ୍ବର ଙ୍କ ଏହି ସଫଳତା ହାସଲ ପରେ ବାଳ ନିକେତନ ଅନୁଷ୍ଠାନ ର ସଭାପତି ଲାଡି ସୁରେଶ, ସମ୍ପାଦିକା ରଶ୍ମିରେଖା ମହାନ୍ତି, ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ, ଆନୁଷ୍ଠାନିକ ଯତ୍ନ ଅଧିକାରୀ ମନରଞ୍ଜନ ବାଗ, ଆଇନ ଅଧିକାରୀ ନିରାକାର ପାଢ଼ୀ, ବିଟସ କଲେଜ ର ସମ୍ପାଦକ ଲାଡି ତିରୁମଲା ରାଓ, ଅଧ୍ୟକ୍ଷ ନାଗେଶ୍ୱର ଗମାଙ୍ଗ, ସେବା ସମାଜର ସମ୍ପାଦିକା ରାଜେଶ୍ୱରୀ ଦଳେଇ,ବାଳ ନିକେତନ ଅନୁଷ୍ଠାନ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଅନୁଷ୍ଠାନ ର ସମସ୍ତ କର୍ମଚାରୀ ମହେଶ୍ବର କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ମହେଶ୍ବର ଶବର ରାଜ୍ୟ ସ୍ତରରେ ଚେସ ଖେଳରେ କୃତିତ୍ୱ ହାସଲ କରିଥିଲେ ।
