କୁମ୍ଭକର୍ଣ୍ଣ ନିଦରେ ଜିଲ୍ଲା ପ୍ରଶାସନ ଏବଂ ଦୁଇ ପଞ୍ଚାୟତ ମଧ୍ୟରେ ମହାଭାରତ
ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଜପୁର ଓ ନନ୍ଦପୁର ଗ୍ରାମ ପଞ୍ଚାୟତର ବାସିନ୍ଦା ଏବେ ବିପଦରେ । ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ଏବଂ ନନ୍ଦପୂର ଗ୍ରାମ ପଞ୍ଚାୟତର ଏକ ପାଚେରୀ କାର୍ଯ୍ୟ ପାଇଁ ଦୁଇ ପଞ୍ଚାୟତ ମଧ୍ୟରେ ଏକ ସଂଘର୍ଷ ର ବାତାବରଣ ଦେଖିବାକୁ ମିଳୁଛି, ଏହି ସଂଘର୍ଷ କିପରି ଶାନ୍ତ ପରିବେଶ ଦ୍ବାରା କିପରି ସମାପ୍ତ ହେବ ଏବଂ ବାଜପୁର ଗ୍ରାମ ପଞ୍ଚାୟତରେ କିପରି ଏକ ଆବୋଧ ପାଚେରୀ ନିର୍ମାଣ କରି ହେବ ସେ ବିଷୟରେ ଆଜି ବାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ କେଦାରେସ୍ୱୋର ପୃଷ୍ଟି ଏବଂ ଗ୍ରାମ ପଞ୍ଚାୟତ ବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ।