July 6, 2024

ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇ ରକ୍ତ ସଂଗ୍ରହ କରିବ ସାମାଜିକ ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ ” ।

Share

ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇ ରକ୍ତ ସଂଗ୍ରହ କରିବ ସାମାଜିକ ଅନୁଷ୍ଠାନ ” ବ୍ଲଡ଼ ଡୋନର ଗ୍ରୁପ ” ।

ରାଜ୍ୟ ର ସ୍ବାସ୍ଥ୍ୟ ସେବା କ୍ଷେତ୍ର ରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିବା ଅଗ୍ରଣୀ ସେବା ଅନୁଷ୍ଠାନ “ବ୍ଲଡ଼ ଡୋନୋର ଗ୍ରୁପ” ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଏକ ବିଶେଷ ସାକ୍ଷାତକାର ଯୋଗେ ଆମ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଦେଇଥିବା ଉତ୍ତର ରେ କହିଛନ୍ତି ଯେ ଆମେ ବିଂଶ ଶତାବ୍ଦୀ ରେ ପହଞ୍ଚି ସାରିଥିଲେ ମଧ୍ୟ ଏବେ ବି ରକ୍ତଦାନ କୁ ନେଇ ଜନ ସାଧାରଣ ଙ୍କ ମନ ରେ ଏକ ଅଜଣା ଭୟ ରହିଛି , ଏହା ର ପ୍ରମୁଖ କାରଣ ହେଉଛି ସଚେତନତା ର ଘୋର ଅଭାବ । ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡ଼ିକ କେବଳ ସହରାଞ୍ଚଳ ରେ ରକ୍ତଦାନ ଶିବିର ର ଆୟୋଜନ କରୁଛନ୍ତି ଯାହା କି ରାଜ୍ୟ ସ୍ବାସ୍ଥ୍ୟ ସେବା କ୍ଷେତ୍ର ପାଇଁ ଏକ ଶୁଭ ସଙ୍କେତ ଅଟେ , ତଥାପି ରାଜ୍ୟ ରେ ଥିବା ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକ ରେ ବହୁଳ ପରିମାଣ ରେ ରକ୍ତ ର ଆବଶ୍ୟକତା ରହୁଥିବା ରୁ ଧାର୍ଯ୍ୟ ସଂଖ୍ୟା କୁ ପୁରଣ କରିବା ସମ୍ଭବପର ହେଉ ନାହିଁ , କେତେକ କ୍ଷେତ୍ର ରେ ଅସହାୟ ରୋଗୀ ଟି ର ଜୀବନ ମଧ୍ୟ ଚାଲି ଯାଉଛି । ଏହି ଗ୍ରୁପ ହେଉଛି ରାଜ୍ୟ ର ଏକ ମାତ୍ର ସଂସ୍ଥା ଯାହାର ସହଯୋଗ ରେ କେବଳ ରକ୍ତଦାନ ଶିବିର ଆୟୋଜନ ନୁହେଁ ବରଂ ରାଜ୍ୟ ର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ରୋଗୀ ମାନ ଙ୍କୁ ରକ୍ତଦାତା ମାନ ଙ୍କ ର ପ୍ରତ୍ୟକ୍ଷ ସହଯୋଗ ରେ ରକ୍ତ ଯୋଗାଇ ଦିଆଯାଇଥାଏ । ସମ୍ପ୍ରତି ଆୟୋଜିତ ହେଉଥିବା ରକ୍ତଦାନ ଶିବିର ମାଧ୍ୟମ ରେ ସାଧାରଣତଃ ଭାବେ ପୁରୀ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ରୁ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାର , ରାଜ୍ୟ ମୁଖ୍ୟ ରକ୍ତ ଭଣ୍ଡାର ଏବଂ ରେଡକ୍ରସ ଭୁବନେଶ୍ୱର କୁ ଯୋଗାଇ ଦିଆଯାଇ ଆସୁଛି l ତଦସହିତ ଏମ୍ସ ଭୁବନେଶ୍ୱର , ସମ୍ ହସ୍ପିଟାଲ , ହାଇଟେକ୍ ମେଡିକାଲ୍ କଲେଜ ଭଳି ଅନୁଷ୍ଠାନ ଗୁଡ଼ିକ ସିଧାସଳଖ ଭାବେ ଗ୍ରୁପ ସହ ଯୋଡ଼ି ହୋଇ ରହିଥିବା ରକ୍ତଦାତା ମାନ ଙ୍କ ମାଧ୍ୟମ ରେ ରକ୍ତ ସଂଗ୍ରହ କରି ଆସୁଛନ୍ତି । ଭବିଷ୍ୟତ ର କାର୍ଯ୍ୟପନ୍ଥା କୁ ନେଇ ସେ ରଖିଥିବା ଉତ୍ତର ରେ କହିଛନ୍ତି ଯେ ରାଜ୍ୟ ର ପ୍ରତି ଗ୍ରାମାଞ୍ଚଳ କୁ ଯାଇ ଯୁବକ ମାନ ଙ୍କ ମଧ୍ୟ ରେ ରକ୍ତଦାନ ପ୍ରତି ଉତ୍ସାହ ସୃଷ୍ଟି କରିବା ସହିତ ଗ୍ରୁପ ର ନିଜସ୍ଵ ନାରା ” ସମ୍ପର୍କ ସ୍ବାର୍ଥ ରେ ନୁହେଁ , ରକ୍ତ ରେ ଯୋଡି ହେଉ ” ସ୍ଲୋଗାନ ଦେଇ ଯୁବ ମାନସ ରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିବା ର ପ୍ରୟାସ ଜାରି ରଖିବେ ।ଆଗାମୀ ଦିନ ରେ ରକ୍ତଦାନ କ୍ଷେତ୍ର ରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ରାଜ୍ୟ ର ଗ୍ରାମାଞ୍ଚଳ ଗୁଡ଼ିକ ରେ ସର୍ବାଧିକ ରକ୍ତଦାନ ଶିବିର ଆୟୋଜନ କରିବା ଉପରେ ନିଶ୍ଚିତ ଗୁରୁତ୍ଵ ଦିଆଯିବ ବୋଲି ସେ ମନ୍ତବ୍ୟ ରଖିଛନ୍ତି। ଗ୍ରୁପ ର ଏହି ସଫଳତା ପାଇଁ ସେ ମାର୍ଗଦର୍ଶକ ମଣ୍ଡଳୀ ର ସଦସ୍ୟ ସତ୍ୟବାଦୀ ଦାସ , ନବଘନ ଶତପଥୀ , ଗଣମାଧ୍ୟମ ସଂଯୋଜକ ଦୀପ୍ତି ସୁନ୍ଦର ମହାପାତ୍ର , ବିଜୟ କୁମାର ମହାପାତ୍ର , ପ୍ରତିଷ୍ଠାତା ସୁଶାନ୍ତ କୁମାର ରଥ ,ସଂଯୋଜକ ନିହାର ରଞ୍ଜନ ସ୍ୱାଇଁ ଏବଂ ଗ୍ରାମାଞ୍ଚଳ ରେ ମହିଳା ମାନ ଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରି ଆସୁଥିବା ସମାଜସେବୀ ଟିକିନା ମିଶ୍ର ଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

You may have missed