November 15, 2024

ଜାତୀୟ ଡାକ ସପ୍ତାହ:ଅନ୍ତ୍ୟୋଦୟ ଓ ବିତ୍ତୀୟ ଶକ୍ତିକରଣ ଦିବସ ପାଳିତ 

Share

 

ସମ୍ବଲପୁର: (ରାଜାରାମ ଷଡ଼ଙ୍ଗୀ): ଜାତୀୟ ଡାକ ସପ୍ତାହ ପାଳନର ଅଂଶରୂପ, ଅନ୍ତ୍ୟୋଦୟ ଦିବସ ଅବସରରେ ସମ୍ବଲପୁର ପୋଷ୍ଟାଲ ଡିଭିଜନ ଅଧୀନରେ ଆଧାର ଏବଂ ଡାକ ଚଉପାଲ ଶିବିରଗୁଡ଼ିକର ଆୟୋଜନ ହୋଇଥିଲା। ଏହି ପଦକ୍ଷେପଗୁଡ଼ିକ ଡାକ ବିଭାଗର ଲକ୍ଷ୍ୟ ସହିତ ସଂଗତ ହୋଇଛି, ଯାହା ଅସହାୟ ଏବଂ ଗ୍ରାମୀଣ ଅଞ୍ଚଳକୁ ପୋଷ୍ଟାଲ ଏବଂ ଆର୍ଥିକ ସେବାଗୁଡ଼ିକ ଯୋଗାଇ ତାଙ୍କୁ ସକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଆଗକୁ ବଢ଼ୁଛି। ଏହା ଡାକ ବିଭାଗର ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରି ଗୁରୁତ୍ୱପୂର୍ଣ୍ଣ ସେବା ନାଗରିକ ମାନଙ୍କୁ ଯୋଗାଇ ଦିଆଯାଇଥାଏ। ସେହିପରି ବିତ୍ତୀୟ ଶସକ୍ତିକରଣ ଦିବସ ପାଳନ ହୋଇଥିଲା। ଲୋକମାନଙ୍କୁ ଡାକ ବିଭାଗର ବିଭିନ୍ନ ଆର୍ଥିକ ପ୍ରସ୍ତାବଗୁଡ଼ିକ ବିଷୟରେ ଅବଗତ କରାଗଲା ଏବଂ ଏହି ଶିବିରଗୁଡ଼ିକରେ ରେକର୍ଡ ସଂଖ୍ୟକ ଏସବି, ଏସଏସଏ, ଏମଏସଏସସି ଆକାଉଣ୍ଟଗୁଡ଼ିକ ଏବଂ ପିଏଲଆଇ ଓ ଆରପିଏଲଆଇ ପଲିସି ଖୋଲାଯାଇଥିଲା ସେହିପରି ଏକ ଆଧାର ଏବଂ ଡାକ ଚଉପାଲ ଶିବିର ସରସରା ଗାଁରେ ଆୟୋଜିତ ହୋଇଥିଲା, ଯାହା ଶ୍ରୀ ସୁମିତ କୁମାର ଦାଶ, ବରଗଡ଼ ପୂର୍ବ ଉପବିଭାଗର ପୋଷ୍ଟ ଇନ୍ସ୍ପେକ୍ଟରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି ଶିବିର ଗ୍ରାମବାସୀଙ୍କୁ ଆଧାର ନିଖୁଣା କରିବା ଏବଂ ସୁଧାରଣ କରିବାରେ ସାହାଯ୍ୟ କଲା ଓ ସେମାନଙ୍କୁ ଡାକ ତନ୍ତ୍ର ମାଧ୍ୟମରେ ଦିଆଯାଉଥିବା ଆର୍ଥିକ ସେବାଗୁଡ଼ିକ ବିଷୟରେ ଅବଗତ କରାଇଲା।ପାଇକମାଲ ଅଞ୍ଚଳର କେଛୋଡାଦରରେ ଡାକ ଚଉପାଲ ଆୟୋଜିତ ହୋଇଥିଲା, ଯାହା ଶ୍ରୀ କିଶୋର ନାୟକ, ରାଜବୋରସାମ୍ବର ଉପବିଭାଗର ପୋଷ୍ଟ ଇନ୍ସ୍ପେକ୍ଟରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଗ୍ରାମୀଣ ଅଞ୍ଚଳରେ ଡାକ ସେବା ମାଧ୍ୟମରେ ସୁରକ୍ଷିତ ଆର୍ଥିକ ସେବା ପ୍ରଦାନ କରିବା ଏବଂ ଅର୍ଥ ଜ୍ଞାନ ଜାଗୃକତା ବୃଦ୍ଧି କରିବା।ବରଗଡ଼ ଅଞ୍ଚଳର ଚକରକେଣ୍ଡରେ ଡାକ ଚଉପାଲ ଆୟୋଜିତ ହୋଇଥିଲା, ଯାହାକି ବରଗଡ଼ ପଶ୍ଚିମ ଉପବିଭାଗର ପୋଷ୍ଟ ଅଫିସର ସହାୟକ ଅଧିକ୍ଷକ ସତ୍ୟବ୍ରତ ଗହନଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପରେ ଡାକ ବିଭାଗର ବିଭିନ୍ନ ସେବା ବିଷୟରେ ଲୋକମାନଙ୍କୁ ଅବଗତ କରାଗଲା, ବିଶେଷତଃ ଗ୍ରାମାଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ଆର୍ଥିକ ସମାର୍ଥ୍ୟ ଉତ୍ସରେ ଗୁରୁତ୍ୱ ଦିଆଗଲା।

ଏହି ପ୍ରକାରର କାର୍ଯ୍ୟକଳାପଗୁଡ଼ିକ ଜାତୀୟ ଅର୍ଥନୈତିକ ଉନ୍ନତିରେ ଡାକ ବିଭାଗର ପ୍ରମୁଖ ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା । ଏହା ଦ୍ୱାରା ସମ୍ବଲପୁର ପୋଷ୍ଟାଲ ଡିଭିଜନ ଗ୍ରାମୀଣ ସାମ୍ମନ୍ୱୟ ଓ ଅନ୍ତ୍ୟୋଦୟ ନିତିର ସମାନ ମୂଲ୍ୟ ବଢ଼ାଇବା ପ୍ରତି ଗୁରୁତ୍ୱ ଦେଇ ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ସେବା ପହଞ୍ଚାଇବାର ଲକ୍ଷ ରଖାଯାଇଛି।

ଏହି କାର୍ଯ୍ୟକଳାପଗୁଡ଼ିକ, ଜାତୀୟ ଡାକ ସପ୍ତାହ ଆରମ୍ଭ ହେବା ଉପଲକ୍ଷେ, ଡାକ ବିଭାଗର ଅନ୍ତ୍ୟୋଦୟ ଦୃଷ୍ଟିକୋଣର ଶକ୍ତିଶାଳୀ ପ୍ରତିବଦ୍ଧତାର ପ୍ରମାଣ ଦେଇଥାଏ, ଯେଉଁଥିରେ ସମାଜର ସର୍ବାଧିକ ଅବହେଳିତ ବର୍ଗଙ୍କୁ ସେବା ଯୋଗାଇବା ପାଇଁ ସାଧାରଣ ମାନକୁ ସହଜ ସେବା ଉପଲବ୍ଧ କରାଯାଉଛି।ଆୟୋଜିତ ଶିବିରଗୁଡ଼ିକରେ ଲୋକମାନଙ୍କ ଉତ୍ସାହ ଜନକ ଭାଗିଦାରୀତା ରହିବା ସହିତ ଗ୍ରାମୀଣ ଅଞ୍ଚଳରେ ଡାକ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ାଇବାରେ ଏକ ମାଧ୍ୟ୍ୟମ ହୋଇପାରିଛି।