ଆଜିର ଖବର..
୧-‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ,ବ୍ଲକସ୍ତରରେ ଯାଞ୍ଚ ହେବ, ଅଙ୍ଗନବାଡି କର୍ମୀ ଘରକୁ ଘର ଯାଇ ବୁଝାବୁଝି କରିବେ ।
୨-କଟକରେ ଆସନ୍ତା ୧୪ରେ ହେବ ମା’ଙ୍କ ଭସାଣ ଉତ୍ସବ, ୧୨୦ରୁ ଅଧିକ ମୂର୍ତ୍ତି ଦେବୀଗଡାରେ ହେବ ବିସର୍ଜନ।
୩-ହୋସ୍ ଉଡାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ; ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଓଡ଼ିଶାର ସ୍ଥାନ ଅଷ୍ଟମ।
୪-କମିଶନରେଟ ପୋଲିସର ଅପରେସନ ‘ତ୍ରିଭୁଜ’ ଆରମ୍ଭ, ଫୋକସରେ ଭିଡ ନିୟନ୍ତ୍ରଣ ଓ ଅପରାଧିକ ଗତିବିଧି।
୫-ଅପରାଧ ମୁକ୍ତ ହେବ ଓଡ଼ିଶା, ପୋଲିସ ବିଭାଗକୁ ଆହୁରି ସୁଦୃଢ କରାଯିବ : ଡିଜି ୱାଇ ବି ଖୁରାନିଆ।
୬-କଟକ ହେବ ସ୍ମାର୍ଟ ସିଟି, କଟକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
୭-ଲୋକଙ୍କ ପାଇଁ ଖୋଲିଲା ଜୟପୁର ରାଜ ପ୍ରସାଦ, ମା’ଙ୍କ ଲାଠି ପୂଜା କଲେ ରାଣୀ।
୮-ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ, ବନ ବିଭାଗର ଅଧିକାରୀଙ୍କ ତଦନ୍ତ ଜାରୀ।
୯-ଚନ୍ଦ୍ରଭାଗାଠାରେ ଗାଧୋଉଥିବାବେଳେ ସମୁଦ୍ରରେ ଭାସିଗଲେ ୩ ଯୁବକ,୨ ଉଦ୍ଧାର,ଜଣେ ନିଖୋଜ।
୧୦-ରାଉରକେଲା:ଦୁର୍ଗା ପୂଜାରେ ଅଘଟଣ,ରାମ ଦୋଳି ଛିଡି ଗୋଟିଏ ପରିବାରର ତିନି ଗୁରୁତର।
୧୧-ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥିପାଇଁ ଅନୁକୂଳ ରହିଛି ପାଗ।
୧୨-ଶ୍ରୀମନ୍ଦିରରେ ରକ୍ତଛିଟା ; ମହାପ୍ରଭୁଙ୍କର ହେଲା ମହାସ୍ନାନ।
୧୩-ବଣାଇ:ଭାରସାମ୍ୟ ହରାଇ ପରିବା ଦୋକାନ ଉପରେ ମାଡ଼ିଗଲା କାର୍ , ଦୋକାନୀ ମୃତ।
୧୪-ରଙ୍ଗିଲା ବାବା କୈବଲ୍ୟ ଜାନି ଗିରଫ । ଯୁବତୀଙ୍କୁ ଅପହରଣ ଅଭିଯୋଗ ପରେ ବାନ୍ଧିଲା ଢ଼େଙ୍କାନାଳ ପୋଲିସ
୧୫-ଓଡିଆ ପୁଅଙ୍କ କମାଲ – ଆମେରିକାର ଡ଼ଲାସରେ ହେଲା ଦୁର୍ଗାପୂଜା।
୧୬-ଅଣଦେଖା ପର୍ଯ୍ୟଟନ; ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ,ରାଜ୍ୟର ସୁଉଚ୍ଚ ଶୃଙ୍ଖ ।
୧୭-ରାଜଧାନୀରେ ହନ୍ତସନ୍ତ କରୁଛନ୍ତି ଅଟୋ ଚାଳକ।ଆକାଶଛୁଆଁ ଦର ଦେଖି ଯାତ୍ରୀମାନେ ଚାଲିକି ଯିବାକୁ ପସନ୍ଦ କରୁଛନ୍ତି ।
୧୮-ମୋଟର ଯାନ ଆଇନରେ ହେବ ବଡ ସଂଶୋଧନ । ୧୬ ବର୍ଷ ପୂରିଥିବା କିଶୋର, କିଶୋରୀ ଚଳାଇପାରିବେ ଇ-ସ୍କୁଟର।
୧୯-୨୫% IAS ଦୁର୍ନୀତିଗ୍ରସ୍ତ ଏବଂ ଅପରାଗ, କେବଳ ୨୫% ହିଁ ଦକ୍ଷ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଦାବି।
୨୦-ହାଇଦ୍ରାବାଦ:ସିରିଜ କ୍ଲିନ ସ୍ୱିପ କଲା ଟିମ୍ ଇଣ୍ଡିଆ, ସାମସନଙ୍କ ସୁପର ‘ଶୋ’ ରେ ବାଂଲାଦେଶ ଧରାଶାୟୀ।
୨୧-ନୁଆ ଦିଲ୍ଲୀ:ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହରେ ୧୮% ବୃଦ୍ଧି, ସରକାରୀ ରାଜକୋଷକୁ ଆସିଲା ୧୧.୨୫ଲକ୍ଷ କୋଟି ଟଙ୍କା।
୨୨-ହରିୟାନାରେ ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୋନୀ – ଅକ୍ଟୋବର ୧୭ ତାରିଖରେ ନେବେ ଶପଥ।
୨୩-ମହାରାଷ୍ଟ୍ରରେ ଚାଞ୍ଚଲ୍ୟ; ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା
*🙏 ସୁପ୍ରଭାତ 🙏*