June 29, 2024

ଗଜପତି:- ମେରୀ ମାଟି ମେରା ଦେଶ ଓ ଅମୃତ କଳସ ଯାତ୍ରା – ମାଟି ସଂଗ୍ରହ ସମେତ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share


———————————————-
ଭାରତ ସରକାର’ଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନ୍ତର୍ଗତ କୋଲକାତା ସ୍ଥିତ ପୂର୍ବାଞ୍ଚଳ ଜୋନ ସାଂସ୍କୃତିକ କେନ୍ଦ୍ର ସହାୟତା’ରେ କେନ୍ଦ୍ର ସରକାର’ଙ୍କ ପ୍ରାୟୋଜିତ “ମେରୀ ମିଟି ମେରା ଦେଶ” ଅଭିଯାନ’ରେ ଦେଶର ବୀର – ଵୀରଙ୍ଗନା ମାନଙ୍କ ଉଦ୍ଦେଶ୍ୟ’ରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ’ର ପୁଡୁଣୀ ଗ୍ରାମ ଠାରେ ଜନକଲ୍ୟାଣ ପ୍ରତିଷ୍ଠାନ ଆନୁକୁଲ୍ୟ’ରେ ଅମୃତ କଳସ ଯାତ୍ରା ,ବୃକ୍ଷ ରୋପଣ ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ଗ୍ରାମ’ର ତ୍ରିନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ହୋଇ ଏକ ଅମୃତ କଳସ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯିବା ସହ ମାଟି ସଂଗ୍ରହ କରା ଯାଇଥିଲା । ଏଥିରେ ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ ଅମୃତ କଳସ କୁ ସ୍ଵାଗତ କରିବା ସହ ନିଜ ଘର ଅଞ୍ଚଳ’ରୁ ମାଟି ଆଣି ଅମୃତ କଳସ’ରେ ପକାଇ ଥିଲେ । ଏହି ଅମୃତ କଳସ ଯାତ୍ରା ଅଭିଯାନ’ରେ ଗ୍ରାମ’ର ଥିବା ପ୍ରାଥମିକ ବିଦ୍ୟାଳୟ’ର ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ମାନଙ୍କ ସମେତ ଗ୍ରାମବାସୀ ସାମିଲ ଥିଲେ। ।
ଏହାପରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର’ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସର’ରେ ଗ୍ରାମର ତ୍ରିନାଥ ମନ୍ଦିର ମଣ୍ଡପ ଠାରେ ମେରୀ ମାଟି ମେରା ଦେଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜନକଲ୍ୟାଣ ପ୍ରତିଷ୍ଠାନ ମୁଖ୍ୟ ଶ୍ରୀ ଦୁର୍ଗା ମାଧବ ପଣ୍ଡା’ଙ୍କ ସଭାପତିତ୍ବ’ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମାଲିକାର୍ଯ୍ଯୁନ ପଟନାୟକ ଯୋଗଦେଇ ମେରୀ ମିଟି ମେରା ଦେଶ ଏବଂ ଅମୃତ କଳସ ଯାତ୍ରା ଓ ମାଟି ସଂଗ୍ରହ ଉପରେ ଉପସ୍ଥିତ ସମସ୍ତ’ଙ୍କୁ ସମ୍ୟକ୍ ଧାରଣା ଦେଇ ବୀର ବିରଙ୍ଗନା ମାନଙ୍କ ଉଦ୍ଦେଶ୍ୟ’ରେ ଯେଉଁମାନେ ଦେଶର ସେବା ଓ ସୁରକ୍ଷା ବେଳେ ବୀର ଗତି ପ୍ରାପ୍ତ ହୋଇ ଶହୀଦ ହୋଇଛନ୍ତି , ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଉଦ୍ଧିଷ୍ଟ । ଅମୃତ କଳସ’ରେ ସମସ୍ତ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଇ ଏହା ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଅମୃତ ବାଟିକା କୁ ପଠାଯିବ ବୋଲି କହିଥିଲେ ।
ଏହି ଅବସର’ରେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମାଲିକାର୍ଯୁନ ପଟ୍ଟନାୟକ’ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ’ରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଏମ: ସ୍ବପ୍ନl କୁମାରୀ ମଞ୍ଚାସିନ ଅତିଥି ଭାବେ ଥିବା ବେଳେ ଜନକଲ୍ୟାଣ ପ୍ରତିଷ୍ଠାନ’ର ସଂଯୋଜକ ଶ୍ରୀ ଅକ୍ଷୟ କୁମାର ମହାନ୍ତି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସଚେତନତା ସଭା କାର୍ଯ୍ୟକ୍ରମ’କୁ ସଞ୍ଚାଳନ କରିଥିଲେ ।
ଶେଷରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ’ରେ ନୃତ୍ୟ ପରିବେଷଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଜନକଲ୍ୟାଣ ପ୍ରତିଷ୍ଠାନ’ର ଶ୍ରୀ ମାନସ ରଞ୍ଜନ ବିଶ୍ୱାସରାୟ , ଶ୍ରୀ ରାଜେନ୍ଦ୍ର ଦଳବେହେରା ଏବଂ ଜନବାଣୀ-ରେଡ଼ିଓ’ ର ଶ୍ରୀ ସମ୍ବିତ ପଣ୍ଡା’ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ଏନ: ଶ୍ରୀଦେବୀ ଓ ଆଶାକର୍ମୀ ଶ୍ରୀମତୀ ମିତାଞ୍ଜଳୀ ମହାନ୍ତି ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-