June 29, 2024

ଟ୍ରକ୍ ଧକ୍କାରେ ବୃଦ୍ଧ ଗୁରୁତର

Share


ବୁଗୁଡ଼ା : ତା ୧୩/୧୦/୨୩ : ସ୍ଥାନୀୟ ବୁଦ୍ଧଖୋଲ ଛକରେ ଏକ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ଆଦିପୁର ଗ୍ରାମ ବଢେଇ ସାହିର ପ୍ରଫୁଲ୍ଲ ଗୌଡ । ପ୍ରକାଶ ଯେ , ପ୍ରଫୁଲ୍ଲ ଗାଁରୁ ବୁଗୁଡ଼ାକୁ ସାଇକେଲରେ ଆସୁଥିବା ବେଳେ ବୁଗୁଡ଼ା ବୁଦ୍ଧଖୋଲ ଛକରେ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେବାରୁ ସେ ଛିଟିକି ପଡିଥିଲେ । ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଦୁର୍ଘଟଣାରେ ତାଙ୍କର ଅଣ୍ଡକୋଷ ବାହାରି ପଡିଥିଲା ।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ (ନଂ – ଓଆର୍-୦୭ ଜେ ୩୦୮୦)କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।