ପୂର୍ବତନ ବାଚସ୍ପତିଙ୍କ ଦ୍ୱାରା ଚାରା ରୋପଣ
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ -୧୨/୦୯/୨୦୨୫
: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଖାରିଆଗୁଡ଼ା ପଞ୍ଚାୟତ ପଙ୍କାଳ ଠାରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଚାରା ରୋପଣ କରିଛନ୍ତି। ପୂର୍ବରୁ ତୁରିବୁଡ଼ି, ହୁଳୁମା ଓ ଖାରିଆ , ବୋମକେଇ ଠାରେ ହଜାର ହଜାର ଚାରା ରୋପଣ କରିଥିବା ବେଳେ ଆଜି ପୁଣି ପଙ୍କାଳ ଠାରେ ଶହ ଶହ ଚାରା ରୋପଣ ରୋପଣ କରିଛନ୍ତି । କଂଗ୍ରେସ ନେତା ରବୀନ୍ଦ୍ର ଦ୍ୟାନ ସାମନ୍ତରା ଙ୍କ ତତ୍ବାବଧାନରେ ହେଉଥିବା ଏହି ଚାରା ରୋପଣ କାର୍ଯ୍ୟକ୍ରମରେ , କିଶୋର ସାହୁ , ଧନଞ୍ଜୟ ପ୍ରଧାନ, ପ୍ରଦୀପ ସାହୁ , ମୃତ୍ୟଞ୍ଜୟ ପ୍ରଧାନ ,ସନ୍ତୋଷ ଦାସ , ଭୋଳେ ଶ୍ୱର୍ ସାହୁଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀ ଓ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଫରେଷ୍ଟର ଅରୁଣ ଦାସ ଙ୍କ ସମେତ ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
