September 21, 2024

ଉମରକୋଟ ଠାରେ ଦାଶରଥି ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ପାଳିତ…………

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଓଡିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ତରଫରୁ ପାଠlଗାର ଆନ୍ଦୋଳନର ପ୍ରବାଦ ପୁରୁଷ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସତେଇଶିତମ ଶ୍ରଦ୍ଧାଞ୍ଜଳି ସମାରୋହ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଡିପିଓ ମଧୁସିକ୍ତl ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ l ଶ୍ରୀମତୀ ସ୍ୱାଗତିକା ସାହୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ l ବିଶିଷ୍ଟ ଶିକ୍ଷାବିତ ଓ ବାଗ୍ମୀ ଡ଼. ପ୍ରଦୀପ କୁମାର ମିଶ୍ର ( ମୁଖ୍ୟ ବକ୍ତା ) ଡା. ସୁରେନ୍ଦ୍ରନାଥ ଦାଶ ( ବରେଣ୍ୟ ଅତିଥି ),ସ୍ୱନାମଧନ୍ୟ ଶିକ୍ଷାବିତ ତଥା ପ୍ରାକ୍ତନ ଶିକ୍ଷାଜିଲ୍ଲା ନିରୀକ୍ଷକ ଉମେଶ ଚନ୍ଦ୍ର ଭୁକ୍ତା ( ସମ୍ମାନିତ ବକ୍ତା ), ଟୁଟୁବାବୁ ପଟ୍ଟନାୟକ (ସଭାପତି )ବିଶିଷ୍ଟ ବୁଦ୍ଧିଜୀବି ଓ ଶିକ୍ଷକ ସଂଗଠକ ଲକ୍ଷ୍ମୀକାନ୍ତ ବାହିନୀପତି, ବରିଷ୍ଠ ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର କୁମାର ବାଗ, ଗବେଷକ ସାଇମନ ବିଡ଼ିକା, କେଦାରେଶ୍ୱର ପଟ୍ଟନାୟକ,ଦିଲ୍ଲୀପ କୁମାର ପଟ୍ଟନାୟକ, ସମୀର କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ମଧୁସିକ୍ତl ମିଶ୍ର ନିଜ ବକ୍ତବ୍ୟରେ ଉମରକୋଟରେ ଏକ ପାଠାଗାର ପ୍ରତିଷ୍ଠା ନିମନ୍ତେ ଗୁରୁତ୍ୱଆରୋପ କରିଥିବାବେଳେ ମୁଖ୍ୟ ବକ୍ତା ଡ଼. ପ୍ରଦୀପ କୁମାର ମିଶ୍ର ଦାଶରଥି ପଟ୍ଟନାୟକଙ୍କ ଜୀବନୀ, କୃତିତ୍ୱ ବିଷୟରେ ବକ୍ତବ୍ୟ ରଖି ପଠନ ସ୍ପୃହା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ତତ୍ପରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ସମୀର କୁମାର ପ୍ରଧାନ ପରିଚାଳନା କରିଥିଲେ l ଶିକ୍ଷା ଓ ସାରସ୍ୱତ ସାଧନା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ଶିବ ପ୍ରସାଦ ସୁବେଦାର, ସ୍ୱାଗତିକା ସାହୁ, ଶାନ୍ତିଲତା ମହାନ୍ତି, କମଳିନୀ ପୃଷ୍ଟି, ପ୍ରଭାତୀ ଦେବନାଥ, ନରେଶ ଚନ୍ଦ୍ର ପଟ୍ଟନାୟକ, ବିମଲ ବାରୋଇ, ରଂଜିତା କୁଅଁର, ଅନିମା କର, ଦୈତାରୀ ଓଝାଙ୍କୁ… ଦାଶରଥି ପଟ୍ଟନାୟକ ସ୍ମୃତି ସମ୍ମାନ – ୨୦୨୪ ରେ ସମ୍ବର୍ଦ୍ଧିତ କରି ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ମଧୁସିକ୍ତl ମିଶ୍ରଙ୍କୁ ପରିଷଦ ତରଫରୁ.. “ଉମରକୋଟ ନାଗରିକ ସମ୍ମାନ “ଶ୍ରୀ ଉମେଶ ଚନ୍ଦ୍ର ଭୁକ୍ତା ପ୍ରଦାନ କରିଥିଲେ l ଅନୁଷ୍ଠାନର ସବିତା ସେନାପତି, ସଭ୍ୟବିବେକାନନ୍ଦ ପଟ୍ଟନାୟକ, ଦେବୀ ପ୍ରସାଦ ପଟ୍ଟନାୟକ,ରାଜକିଶୋର ନାୟକ, ସାଗର କୁମାର ପରିଡା,ସତ୍ୟବ୍ରତ ପ୍ରଧାନ, ପ୍ରମୋଦ କୁମାର ପଟ୍ଟନାୟକ,ରାଜେଶ ଜୀ, ସତ୍ୟେନ୍ଦ୍ର ରାଉତ, ଫଗୁ ବଞ୍ଜରା,ରଞ୍ଜନ ଗୌଡ଼, ଗଣେଶ ପ୍ରସାଦ ରଣା, ଶଙ୍କର କୁମାର ନାଲ୍ଲା, ଅରୁଣ କୁମାର ବେହେରା,ବିଷ୍ଣୁ ପ୍ରସାଦ ସାହୁ,ସଞ୍ଜୟ କୁମାର ସାମଲ, ପ୍ରଦୀପ ସାମଲ,ଶିବ ରଞ୍ଜନ ପଟ୍ଟନାୟକ, ଅକ୍ଷୟ କୁମାର ସେଠୀ, ବଙ୍କିମ ମଣ୍ଡଳ, ଚୌବନ ସାହୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଭୂମିକା ନିର୍ବାହ କରିଥିଲେ l ପରିଶେଷରେ ଟୁଟୁବାବୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l