September 21, 2024

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଜରି ପାଲ ତଳେ ଗାଁ ଡକ୍ରିକୋଟା—–

Share

 

 

ନବରଙ୍ଗପୁର(ଏମ୍.ଦିନା°ଶୁ ଆଚାରୀ) ଜରି ପାଲ ତଳେ ଗାଁ ଡକ୍ରିକୋଟ, ବିକାଶ ର ପ୍ରହସନ ଏ ଗାଁ ର ଦୃଶ୍ୟ ବଖାଣୁଛି, ଏଠି ବାଟ ଥାଇ ଵି ବାଟବଣା ହୋଇଯାଇଛି ବିକାଶ,ବିକାଶ ତା ବାଟରେ ହେଲେ ଗାଁ ଲୋକେ ବିକାଶ ଅପେକ୍ଷାରେ।

ଏଭଳି ଏକ ଗାଁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ଡକ୍ରିକୋଟ, ଝରୀଗାଁ ସଦର ମହକୁମାରୁ ପାଖାପାଖି ତିରିଶି କିଲୋମିଟର ଦୂର ଏକ ଉପାନ୍ତ ଇଲାକା ଏହି ଗାଁ, ଗାଁ କୁ ଦେଖିଲେ ଲାଗେ ବିକାଶ ଯେମିତି ଏ ଗାଁ ର ବାଟ ଭୁଲିଯାଇଛି। ଏ ଗାଁ ର ଭିତ୍ତିଭୂମି କଥା କହିଲେ ସବୁ ଠିକାଦାର ଙ୍କ ପେଟ ପୋଷିବା ବ୍ୟତୀତ ଲୋକଙ୍କ କାର୍ଯ୍ୟରେ କିନ୍ତୁ ଅଲୋଡ଼ା ହୋଇପଡିଛି।ସମସ୍ୟା ତ କେବଳ ଗୋଟିଏ ନୁହଁ ଅନେକ ସମସ୍ୟାରେ ଜୁଡୁବୁଡୁ ଏହି ଗାଁ।ଏବେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଜରି ପାଲ ତଳେ ଲୁଚି ରହିଛି।

ସରକାର ଯୋଜନା ତ ଲୋକଙ୍କ ହିତ ପାଇଁ କରାଯାଇଥାଏ କିନ୍ତୁ ଏ ଗାଁ ର ଗ୍ରାମବାସୀ ଙ୍କୁ ଯାହା କିଛିବି ମିଳିଛି ତାହା ଏବେ ନ ମିଳିବା ସହିତ ସମାନ, ଗାଁ ର ଯେଉଁ ଆଡେ ଦୃଷ୍ଟି ବୁଲେଇବେ କେବଳ ଦେଖାଯାଏ ଜରି ପାଲ ଘୋଡେଇ ହୋଇ ରହିଥିବା ଭଙ୍ଗା ଦଦରା ଘର, ସିଏ ପ୍ରଧାନମନ୍ତ୍ରୀ ଆବାସ ହେଉ କି କାହାର ଝିକର ଛପର ଘର, ଏ ଗାଁ କୁ ଦେଖିଲେ ଲାଗେ ସତେ ଯେମିତି ପୁରା ଗାଁ ଟା ଜରି ପାଲ ଘୋଡ଼େଇ ହୋଇ ରହିଛି, ଏଠି ପ୍ରଧାନମନ୍ତ୍ରୀ ଆବାସ ନ ପାଇଥିବା ଲୋକଙ୍କ ଦୁର୍ଦ୍ଧଶା ଯେମିତି, ଆବାସ ଯୋଜନା ରେ ଘର ପାଇଥିବା ଲୋକଙ୍କ ଦୁର୍ଦ୍ଧଶା ମଧ୍ୟ ତଦ୍ରୁପ। ଘର ସିନା ହିତାଧିକାରୀଙ୍କୁ ମିଳିଲା ହେଲେ କାର୍ଯ୍ୟାଦେଶ ଠିକାଦାର ହାତରେ, ଠିକାଦାର ଜରିଆରେ ନିର୍ମାଣଧୀନ ଏହି ଆବାସ ଗୃହ ଗୁଡିକ କିଛି ଅଧା ଅଧୁରା କରି ବର୍ଷ ବର୍ଷ ଧରି ଛାଡିଦେଇଥିବା ବେଳେ ବାକି କା ଭାଁ ଯେତେଟା ତିଆରି ହୋଇଛି ସବୁ ଜରି ପାଲ ତଳେ ଢାମ୍ପି ହୋଇ ରହିଛି।

ଅପରପକ୍ଷେ କହିବାକୁ ଗଲେ ଏଠି ବି.ଏସ୍.ଏନ୍.ଏଲ୍. ର ଟାୱାର ଅଛି ହେଲେ ନିର୍ମାଣ ପରଠୁ ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ, ଗାଁ ରୁ ରୋଗୀ କିମ୍ଭା ଗର୍ଭବତୀ ଙ୍କୁ ନେବାଲାଗି ଆମ୍ବୁଲାନ୍ସ ଡାକିବାକୁ ହେଲେ ଗଛ ଚଢ଼ି ନେଟୱାର୍କ ଖୋଜିବାକୁ ପଡୁଛି, ଏଠି ପାଣି ଟାଙ୍କି ଅଛି ହେଲେ କରେଣ୍ଟ ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ନ ରହିବା କାରଣରୁ ପାଣିକୁ ନେଇ ଗ୍ରାମବାସୀ ଖୁବ ସମସ୍ୟା ଭୋଗୁଥିବା କହିଛନ୍ତି, ଅଧିକ ସମୟ ନାଳ ପାଣି ରେ ଶୋଷ ମେଣ୍ଟୁଥିବା ମଧ୍ୟ ଜଣେଇଛନ୍ତି।

ଗାଁ ରେ ଆଜକୁ ତିନି ଚାରିବର୍ଷ ହେବ ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଛି ତାହା ଵି ଦରଗଢା ହୋଇ ପଡ଼ିରହିଛି ଯାହାକି ପିଲାଙ୍କ ପ୍ରି ସ୍କୁଲ ହେଉ କି ଟୀକାକରଣ ହେଲପର ଙ୍କ ଘରେ କରାଯାଉଥିବା କହିଛନ୍ତି ଏଭଳି ତମାମ ସମସ୍ୟା ମଧ୍ୟରେ ରହିଛି ଏହି ଉପାନ୍ତ ଗାଁ ଡକ୍ରିକୋଟ।