November 22, 2024

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ

Share

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ

—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ରାଷ୍ଟ୍ରୀୟ ପୋଷଣ ମାସ ଗତ ସେପ୍ଟେମ୍ବର 1 ତାରିଖ ରୁ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି l ଗଞ୍ଜାମ ଆଇସିଡ଼ିଏସ ପକ୍ଷରୁ ଗଞ୍ଜାମ ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଏହାକୁ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଏନଏସି ଅନ୍ତର୍ଗତ 3ନମ୍ବର ୱାର୍ଡ ର ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସିଡିପିଓ ସଲୀଳା ପ୍ରଧାନ ଯୋଗଦେଇ ଉପସ୍ଥିତ ମହିଳା ଓ କିଶୋରୀ ବାଳକ ଓ ବାଳିକା ମାନଙ୍କୁ ପୋଷଣ ଯୁକ୍ତ ଖାଦ୍ୟ ର ବ୍ୟବହାର ଉପକାରୀତା ସମ୍ପର୍କରେ ଭୁଝାଇବାକୁ ଯାଇ ବାଡ଼ି ବଗିଚାରେ ମିଳୁଥିବା ସବୁଜ ପନି ପରିବା, ଶାଗ ଆଦି ଖାଦ୍ୟ, ବାଜରା, ମାଣ୍ଡିଆ, କାଙ୍ଗୁ, ଜଅ, ଶୁଆଁ ଆଦି ପୋଷଣ ଯୁକ୍ତ ଖାଦ୍ୟ ଆହାର ସମ୍ପର୍କରେ ସଚେତନାତା ସୃଷ୍ଟି କରିଥିଲେ l ସୁପରଭାଇଜର ଭାରତୀ ବ୍ରହ୍ମା, ସ୍ଥାନୀୟ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ରେଣୁପ୍ରଭା ଦେବୀ ପ୍ରମୁଖ ସମ୍ମାନିତ ଅତିଥିଭାବେ
ଯୋଗଦେଇ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇ ଆହାର କରିବା ଏବଂ ଡାଲି ଜାତୀୟ ଖାଦ୍ୟଆହାର ଉପକାରୀତା ସମ୍ପର୍କରେ ବୁଝାଇଥିଲେ l ଅଙ୍ଗନବାଡି କର୍ମୀ ବବିତା ସେଠୀ ଙ୍କ ପୌରୋହିତ ରେ ବିଭିନ୍ନ ପୃଷ୍ଟିସାର ଯୁକ୍ତ ଖାଦ୍ୟ ପ୍ରସ୍ତୁତି ପ୍ରଦର୍ଷିତ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ଶୋଭାଯାତ୍ରା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା l ଗର୍ଭବତୀ, ପ୍ରସୂତି ମା, ସ୍ୱୟଂ ସାହାୟିକା ମହିଳା, କିଶୋର ବାଳକ, ବାଳିକା ମାନେ ଉପସ୍ଥିତ ରହିଥିଲେ l ସାହାୟିକା ବିଜୟ କୁମାରୀ ଦାସ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ l