November 22, 2024

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୂଳପତି ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି

Share


ବ୍ରହ୍ମପୁର ବିଶ୍ବବଦ୍ୟାଳୟର ଇତିହାସ ରେ ନୂଆ ଫର୍ଦ୍ଦ ଯୋଡି ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ସଭାପତି ଭାବେ ମନୋନୀତ ହୋଇଛନ୍ତି। ୱର୍ଦ୍ଧାଠାରେ ୯-୧୦ ସେପ୍ଟେମ୍ବର ୨୦୨୩ ଅନୁଷ୍ଠିତ ଭାରତୀୟ ରାଜନୀତି ପରିଷଦର ୬୦ ତମ ବାର୍ଷିକ ଅଧିବେଶନରେ ନିର୍ଦ୍ଵନ୍ଦୀୟ ନିର୍ବାଚିତ ହୋଇଛନ୍ତି ।
ଏହି ପରିଷଦ ଭାରତରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନ ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ମାନଙ୍କର ସର୍ବୋଚ୍ଚ ଅନୁଷ୍ଠାନ। ୧୯୩୮ ମସିହାରେ ପ୍ରତିଷ୍ଠିତ ଏହି ପରିଷଦ ଦୀର୍ଘ ୮୫ ବର୍ଷ ଧରି ଏହି ଐତିହାସିକ ଯାତ୍ରା ସଫଳତା ର ସହିତ ପୂରଣ କରିସାରିଛି ।
ଏହି ପଦ ମଣ୍ଡନ କରିବାରେ ପ୍ରଫେସର ଗୀତାଞ୍ଜଳୀ ଦାଶ ଓଡ଼ିଶା ର ପ୍ରଥମ ମହିଳା। ଏହା ପୂର୍ବରୁ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ , ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗୋଲ କିଶୋର ମିଶ୍ର ଓଡ଼ିଶା ରୁ ମନୋନୀତ ହୋଇଥିଲେ ।
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପାଇଁ ଏହା ଏକ ଗର୍ବର ବିଷୟ। ଏହି ସର୍ବୋଚ୍ଚ ପଦ ପାଇଁ ମନୋନୀତ ହେବା ପରେ ସମଗ୍ର ଓଡ଼ିଶାରେ ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ରାଜନୈତିକ ମହଲରୁ ଶୁଭେଚ୍ଛାର ସୂଅ ଛୁଟିଛି । ପ୍ରଫେସର ଦାଶ ଏହି ପଦ ପାଇଁ ଭାରତୀୟ ରାଜନୀତି ପରିଷଦ ର ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଭବିଷ୍ୟତରେ ପରିଷଦର ଉନ୍ନତି ତଥା ରାଜନୀତି ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ପ୍ରମୁଖ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି।