November 22, 2024

ଚିକିଟି – ଖେମୁଣ୍ଡି ହଳଦିଆ ତୈଳିକ ବୈସ ସମାଜ କେନ୍ଦ୍ରିୟ ପରିଷଦ ସ୍ଵତନ୍ତ୍ର ବିଚାର ଧାରା , ମୋହନା , ଗଜପତି

Share

ଗତ ତା-୧୦-୦୯-୨୦୨୩ ରିଖ ରବିବାର ଦିନ ୯ ଘଣ୍ଟିକା ସମୟରେ ବିଜୁ କଲ୍ୟାଣ ମଣ୍ଡପରେ ୨ ଦିନ ଧରି ଏକ ସ୍ଵତନ୍ତ୍ର ସଭା ଅନୁଷ୍ଟିତ ହୋଇ ଯାଇଛି । ଏହି ସଭାରେ କେନ୍ଦ୍ରିୟ ସଭାପତି ଶ୍ରୀ ଦଣ୍ଡାସି ସାହୁ ସମାଜର ପତାକାକୁ ଉତ୍ତୋଳନ କରିଥିଲେ। କେନ୍ଦ୍ରିୟ ଉପଦେଷ୍ଟା ଶ୍ରୀ ଶରତ ସାହୁ, ଯୋଗି ସାହୁ ଓ କୋରା ସାହୁ ସମାଜର କୂଳଦୀପକୁ ପ୍ରଜ୍ଜ୍ୱଳନ କରିଥିଲେ । କେନ୍ଦ୍ରୀୟ ମୁଖ୍ୟ ନିର୍ବଚନ ଅଧିକାରି ଧରମା ସାହୁ ମଞ୍ଚ ଉଦ୍ଘାଟନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ କେନ୍ଦ୍ରୀୟ ପୂର୍ବତନ ସମ୍ପାଦକ ଲକ୍ଷ୍ମଣ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କେନ୍ଦ୍ରୀୟ ସମ୍ପାଦକ ତ୍ରିପତି ସାହୁ କରିଥିଲେ । ଅତିଥି ମାନଙ୍କୁ ଫୁଲ, ଧୂପ ଚନ୍ଦନ ସହିତ ଉପଢୌକନ ଦେଇ ସ୍ଵାଗତ କରିଥିଲେ । କେନ୍ଦ୍ରିୟ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ସଭାପତିତ୍ବରେ ସଭା ପରିଚାଳିତ ହୋଇଥିଲା। ଏହି ସଭାରେ ସମାଜର ଜାତି ଭାଇ ଓ ଭଉଣୀ ମାନଙ୍କର ୫୧ ଟି କେସ୍ ସହିତ ବିଭିନ୍ନ ସମସ୍ୟା ସମାଧାନ କରାଯାଇଥିଲା। ପ୍ରାୟ ୬ଟି ଜିଲ୍ଲାର ସମାଜର କର୍ମକର୍ତ୍ତା ଓ ପଦାଧିକାରୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ବିଭିନ୍ନ ଅଭିଯୋଗ କାରି ଓ ଅଭିଯୋଗ କାରିଣୀ ଯୋଗ ଦେଇଥିଲେ। ଉକ୍ତ ସଭାରେ କେନ୍ଦ୍ରିୟ ମୁଖ୍ୟ ନିର୍ବାଚନ ଅଧିକାରୀ ଧରମା ସାହୁ କେନ୍ଦ୍ରୀୟ ଉପଦେଷ୍ଟା ଯୋଗି ସାହୁ,ଶରତ ସାହୁ କେନ୍ଦ୍ରୀୟ ଉପ-ସଭାପତି ପ୍ରଶାନ୍ତ କୁମାର ସାହୁ , ଅଭିମନ୍ୟୁ ସାହୁ ,ପ୍ରଶାନ୍ତ ସାହୁ , କେନ୍ଦ୍ରୀୟସମ୍ପାଦକ ତ୍ରିପତି ସାହୁ , କେନ୍ଦ୍ରୀୟ ସାଙ୍ଗଠନିକ ସମ୍ପାଦକ କୁଲୁ ସାହୁ , କେନ୍ଦ୍ରୀୟ କୋଷାଧ୍ୟକ ଜିତେନ୍ଦ୍ର ସାହୁ ,କେନ୍ଦ୍ରୀୟ ସହ ସମ୍ପାଦକ ବାବୁ ସାହୁ , କେନ୍ଦ୍ରୀୟ ବେହେରା ବାବୁଲା ସାହୁ ,ଅଲେଖ ସାହୁ ୬ ଟି ଆଞ୍ଚଳିକ ପରିଷଦର ସଭାପତି ,ସମ୍ପାଦକ ଓ କର୍ମକର୍ତା ,୩୫ ଟି ଗ୍ରାମ ପରିଷଦ ର ସଭାପତି ,ସମ୍ପାଦକ ଓ କର୍ମକର୍ତା ,ଅଙ୍କୁଶପୁର (ବ୍ରହ୍ମପୁର ) କେନ୍ଦ୍ରୀୟ ପରିଷଦ ର ସଭାପତି ,ସମ୍ପାଦକ ଓ କର୍ମକର୍ତା ,ଶ୍ରିଦ୍ଧେଶ୍ଵେର ଓ ଗାଙ୍ଗଦେଉଳି ଗ୍ରାମ ପରିଷଦ ର ସଭାପତି ଉପଦେଷ୍ଟା ଓ କର୍ମକର୍ତା ଇତ୍ୟାଦି ମାନ୍ୟଗଣ୍ୟ ଲୋକ ଯୋଗ ଦେଇଥିଲେ । ପ୍ରାୟ ଏକ ହଜାର ରୁ ଅଧିକ ଲୋକ ଏହି ସଭାରେ ସମାବେଶ ହୋଇଥିଲେ । ଉକ୍ତ ସଭାରେ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡସି ସାହୁ ସମାଜର ଭାଇ ଓ ଭଉଣୀ ମାନଙ୍କୁ ସମାଜର ଅଗ୍ରଗତି ପାଇଁ ୪୦ ଗୋଟି କାର୍ଯ୍ୟ ସୂଚୀ କୁ ସୂଚାରରୂପେ ବୁଝାଇଥିଲେ ଓ ଜୟ ସମାଜ ଧ୍ୱନି ଦେଇ ସମସ୍ତଙ୍କ ହୃଦୟ କୁ ପ୍ରଫୁଲିତ କରିଥିଲେ । ମୋହନା ଗ୍ରାମ ପରିଷଦ ର ସଭାପତି ,ସମ୍ପାଦକ , କର୍ମକର୍ତା ଓ ଜାତିଭାଇ ମାନେ ସଭାରେ ସହଯୋଗ କରିଥିଲେ । ଉକ୍ତ ସଭାରେ ମୋହନା ପୁଲିସି ଥାନା ,ଗଣମାଧ୍ୟମ ,ସରପଞ୍ଚ ,ଲାଇଟ &ସାଉଣ୍ଡ ,ଭିଡିଓ କ୍ୟାମେରା ଇତ୍ୟାଦି ସହଯୋଗ କରିଥିଲେ ।
ପରିଶେଷରେ କେନ୍ଦ୍ରୀୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ କୁଲୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏଥି ସହିତ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡସି ସାହୁ ସଭାସାଙ୍ଗ କରିଥିଲେ ।