ଖବର ଆଜିର
ତାରିଖ ୧୩/୦୯/୨୦୨୩ ବୁଧବାର ।
ଶ୍ରୀଲଙ୍କାକୁ ୪୧ ରନ୍ରେ ପରାସ୍ତ କରି ଏସିଆ କପ୍ ଫାଇନାଲରେ ଭାରତ ।ଭାରତର ୨୧୩/୧୦ ଜବାବରେ ଶ୍ରୀଲଙ୍କା ୧୭୨/୧୦ (୪୧.୩ ଓଭର)ରେ ସୀମିତ ।କୁଲଦୀପ ୪ଟି, ଜାଡେଜା ୨ ଟି ଓ ବୁମ୍ରା ନେଇଛନ୍ତି ୨ଟି ୱିକେଟ ।
ସୌରୀନ ଭଟ୍ଟ ଫେରାର ମାମଲା, ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କଲା ପୋଲିସ ।
ଡେଙ୍ଗୁ ବଂଶ ବିସ୍ତାର ପାଣିପାଗ ଅନୁକୂଳ ଅଛି, ବର୍ଷା ନଛଡିବା ଯାଏଁ ରୋଗ କମିବ ନାହିଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଜି-୨୦ ସମ୍ମିଳନୀ ପରେ ବିଶ୍ୱ ବ୍ୟାଙ୍କର ସୂଚନା, ୟୁପିଆଇ ମାଧ୍ୟମରେ ୪୭ ବର୍ଷ ଲାଗିବାକୁ ଥିବା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ୬ ବର୍ଷରେ ପୂରଣ କରିଛି ଭାରତ ।
ବ୍ରିଟିସ ସମୟର ରାଜଦ୍ରୋହ ଆଇନର ବୈଧତା ଯାଞ୍ଚ କରିବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ।
ଘନୀଭୂତ ହେବ ଲଘୁଚାପ: ୮ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ; ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କା ।
ଜମ୍ମୁ-କାଶ୍ମୀରରେ ରଜୌରୀରେ ଏନକାଉଣ୍ଟରରେ ଜଣେ ଜବାନ ଶହୀଦ, ନିପାତ ହେଲା ଆତଙ୍କୀ ।
‘ୟୁନିଫର୍ମ ସିଭିଲ କୋଡ୍’ରୁ ବାଦ ଦେବା ପାଇଁ ନାଗାଲାଣ୍ଡ ବିଧାନସଭାରେ ଗୃହୀତ ହେଲା ସଂକଳ୍ପ ।
୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ । ବିମାନ ଖରାପ ହେବା ଯୋଗୁଁ ଜି-୨୦ ସମ୍ମିଳନୀ ଶେଷ ପରେ ବି ଫେରପାରିନଥିଲେ ଜଷ୍ଟିନ ଟ୍ରୁଡୋ ।
ଚାଏ ପେ ଚର୍ଚ୍ଚା – ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମସଲା ଚା ପିଇ ୟୁପିଆଇରେ କଲେ ପେମେଣ୍ଟ ।
ବଢ଼ିଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ୍ ଅବଧି, ସ୍ୱାସ୍ଥ୍ୟଗତ କାରଣରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ।
ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ, ନିର୍ବାଚନ ପ୍ରସ୍ତୁତି ନେଇ ହେବ ସମୀକ୍ଷା ।
ଭୁବନେଶ୍ୱରରେ ପହଁଚିଲେ ଭାରତୀୟ ନିର୍ବାଚନ ଆୟୋଗର ୬ ଜଣିଆ ପ୍ରତିନିଧି ଦଳ ।ଆଜି ଖାରବେଳ ଭବନରେ ହେବ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱରରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଓ ଲୁଟ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଗିରଫ
ଲିବ୍ୟାରେ ଭୟଙ୍କର ବନ୍ୟା – ୨ ହଜାର ମୃତ, ୧୦ ହଜାର ନିଖୋଜ ।
ଯୌନ ନିର୍ଯାତନାର ପୀଡ଼ିତାଙ୍କ କୁମାରୀତ୍ୱ ଜାଣିବା ପାଇଁ ‘ଟୁ ଫିଙ୍ଗର ଟେଷ୍ଟ’ ପରୀକ୍ଷାରୁ ନିବୃତ୍ତ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦେଶ ।
ଆଇନଜୀବୀ ଆନ୍ଦୋଳନ ମାମଲା ।ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ୟପାଠ ଦାଖଲ କରିନଥିବା ଆନ୍ଦୋଳନକାରୀ ଆଇନଜୀବୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶେଷ ସୁଯୋଗ – ୨ ସପ୍ତାହ ମଧ୍ୟରେ ନିସର୍ତ୍ତ କ୍ଷମାପ୍ରାର୍ଥନା ସତ୍ୟପାଠ ନଚେତ ନଭେମ୍ବର ୭ରେ ବ୍ୟକ୍ତିଗତ ହାଜିରା ।
ମରକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩ ହଜାରକୁ ବୃଦ୍ଧି ।
ଚଳିତ ବର୍ଷରୁ ୫ ନୂଆ ପୁରସ୍କାର ଦେବାକୁ ଓଡ଼ିଶା ସାହିତ୍ୟ ଏକାଡେମୀର ନିଷ୍ପତ୍ତି । ସେଗୁଡିକ ହେଉଛି ଭକ୍ତି ସାହିତ୍ୟ ପୁରସ୍କାର, ସାରଦା ପ୍ରସନ୍ନ ନାୟକ ଗୀତିକବିତା ସମ୍ମାନ, ଯୁବ ପୁରସ୍କାର, ଅନ୍ତର୍ଜାତୀୟ ସାରଳା ଦାସ ସାରସ୍ବତ ପୁରସ୍କାର ଓ ସାରସ୍ବତ ପତ୍ରିକା ପୁରସ୍କାର ।
ଅନ୍ୟ ଜାତିରେ ବାହା ହେବାରୁ ଝିଅର ଅନ୍ତ୍ୟେଷ୍ଟିକ୍ରିୟା କଲେ ପରିବାର ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ
ସୁପ୍ରଭାତ ,ଶୁଭ ସକାଳ ।