ଷଷ୍ଠ କାଉନସିଲ ସାଧାରଣ ଅଧିବେଶନ 2 କାଉସଲର ଉପସ୍ଥିତି 4 ଦସ୍ତଖତ
—————————————-
ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଷଷ୍ଠ ସାଧାରଣ ଅଧିବେସନl ମଙ୍ଗଳ ବାର କାଉନସିଲ ବୈଠକ ରେ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, କାଉନସିଲର ଅରୁଣ ପଣ୍ଡା ଓ ଆଶିଷ ନାୟକ ସହ ଅଫିସ କର୍ମ କର୍ତା ମାନେ ଉପସ୍ଥିତ ରହିଥିଲେ l ଉପ ନଗରପାଳ ଙ୍କ ସମେତ ଅର୍ଦ୍ଧଧିକ କାଉନସିଲର ଅନୁପସ୍ଥିତ ରହିଥିଲେ l ଯାହାକୁନେଇ
ଉପାଧକ୍ଷ ସୁରେନ୍ଦ୍ର କୁମାର ବାରିକି ଙ୍କ ସମେତ ବିଭିନ୍ନ ୱାର୍ଡ କାଉନସିଲର ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ l 2 ନମ୍ବର ୱାର୍ଡ କାଉନସିଲର ରିତାରାଣୀ ମହାରଣା ଓ 11 ନମ୍ବର ମୋହନ ରେଡି ଙ୍କ ଅଧିବେଶନ ନିମନ୍ତେ ରେଜିଷ୍ଟର ରେ ସ୍ୱାକ୍ଷର ଦେଇଥିବା l ଏବଂ ଅନ୍ୟ ଦୁଇଜଣ କାଉନସିଲର ସହ 4 ଜଣ କାଉନସିଲରଙ୍କ ସହ ଅଧ୍ୟକ୍ଷା ଙ୍କ ସହମତି ରହିଥିବାରୁ କୋରାମ ଅନୁଯାଇ ବୈଠକ ହୋଇଥିବା
ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ପ୍ରତିକ୍ରିୟା ରଖିଥିଲେ l ଫଳରେ ଅଧିବେଶନ ହୋଇଥିବା ନେଇ ଇ ଓ ସଫେଇ ଦେଇଥିଲେ l
ଅଧିବେଶନ ରେ ଅନୁପସ୍ଥିତ ରହିଥିବା ରିତାଦେବୀ ମହାରଣା ଓ ମୋହନ ରେଡି ଦୁଇ କାଉନସିଲର ରେଜିଷ୍ଟର ରେ କରିଥିବା ସ୍ୱାକ୍ଷର ବୈଠକ ପୂର୍ବରୁ ନିଆଯାଇଥିଲା l ତେଣୁ ଅନ୍ୟାନ୍ୟ କାଉନସିଲର ବୈଠକ କୁ ନେଇ ସହମତି ନଥିବା ଯୋଗୁଁ ପୁଣି ଦୁଇ ଜଣ କାଉନସିଲର ସେମାନଙ୍କ ଅଧିବେଶନ ପାଇଁ ସମର୍ଥନ ନଥିବା ଲିଖିତ ଭାବେ ଜଣାଇଥିଲେ l ଉକ୍ତ ବିବାଦୀୟ ପରିସ୍ଥିତି କୁ ନେଇ ବିଜେଡି ସମର୍ଥକ ମାନେ ଏନଏସି କାର୍ଯ୍ୟାଳୟରେ ହୋ ହାଲା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ l
ଯାହାକୁନେଇ ଏନଏସି କାର୍ଯ୍ୟାଳୟ ପରିସରରେ ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୋଇଥିଲା l ଉକ୍ତ ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l