ବନ୍ୟା ବିପଦରେ ବନ୍ୟାବିପନ୍ନଙ୍କ ସାଥୀ ଅମିୟ କୁମାର ମହାପାତ୍ର
ଭଦ୍ରକ ( ଦେବାଶିଷ ଦାଶ )
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ କଂଗ୍ରେସ ନେତା ଶ୍ରୀ ଅମିୟ ମହାପାତ୍ର ଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି NAC ଅନ୍ତର୍ଗତ କୁଞ୍ଜୁକାଳିକା ଗାଁରେ ବନ୍ୟା ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଇଲେ ଅମୀୟ ମହାପାତ୍ର । ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାଲ ବଣ୍ଟନ କରିବା ସହ ସେମାନଙ୍କ ସମସ୍ୟା ଓ ଦୁଃଖକୁ ନିଜର ସମସ୍ୟା ଭାବି ସାଥୀ ହୋଇଛନ୍ତି।
ଏ ରାଜନୀତି ନୁହେଁ, ବିପଦ ସମୟରେ ଲୋକଙ୍କ ସେବା ହିଁ ଆମର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ଅମୀୟ କୁମାର ମହାପାତ୍ର ଚାନ୍ଦବାଲି କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର ରାଜ୍ୟ କିଷାନ କଂଗ୍ରେସ ସଦସ୍ୟ ଉତ୍ତମ କୁମାର ମହାନ୍ତି,ଚାନ୍ଦବାଲି ଏନେସି ସଭାପତି ମନୋରଞ୍ଜନ ନାୟକ , ବଇଲଚନ ପଣ୍ଡା. ବୃନ୍ଦାବନ ମହାଳିକି ସଂଗ୍ରାମ ଦାସ ନିର୍ମଳ ରାଉତ. ନିର୍ମଳ ତାଡ଼ୁ ସୁଦର୍ଶନ ଦାସ ଉପସ୍ଥିତ ରହି ବନ୍ୟା ବିପନ୍ନଙ୍କ ଲୋକ ମାନଙ୍କ ପାଖରେ ଶୁଖିଲା ଖାଦ୍ୟ ଯୋଗାଇ ଛନ୍ତି ।
