September 29, 2026

ଚାର୍ଜରେ ବସାଇଥିବା ବେଳେ ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି

IMG-20260813-WA0049
Share

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍‌ର ପାର୍କିଂ ଅଞ୍ଚଳରେ ଅଘଟଣ। ଚାର୍ଜରେ ବସାଇଥିବା ବେଳେ ହଠାତ୍ ହୁତୁହୁତୁ ହୋଇ ଜଳିଗଲା ଏକ ଇଲେକ୍ଟ୍ରିକ୍ ସ୍କୁଟି। ଘଟଣାସ୍ଥଳରୁ ଧୂଆଁ ବାହାରିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଅଗ୍ନିଶମ ବିଭାଗ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଯାଇଥିଲା।

ସ୍କୁଟିଟି କାହାର ଏବଂ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନାହିଁ। ଚାର୍ଜିଂ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡକୁ ନେଇ ପାର୍କିଂ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

(ଗୁପ୍ତେଶ୍ୱର ରଥ, କୋରାପୁଟ)