ଆଜିର ଖବର..
୧-କଟକ:ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ପାସ୍ ହାର ରହିଛି ୬୩.୬୪%।
୨-ପୁରୀ: ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୩-ଭୁବନେଶ୍ୱର: ଲଘୁଚାପ ହେବ ଅବପାତ,ଆଜି ପ୍ରବଳ ବର୍ଷା ସମ୍ଭାବନା।
୪-ଓଡ଼ିଶାରେ ସୋଲାର ବିପ୍ଳବ; ୧.୬୩ ଲକ୍ଷ ଘର ଛାତରେ ସୋଲାର, ୩୭ ହଜାରରୁ ଅଧିକ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଶୂନ।
୫-ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପଦକ୍ଷେପ : ଓଡ଼ିଶାର ୩ ସରକାରୀ ମେଡିକାଲ କଲେଜରେ ୧୧ DNB ସିଟ୍କୁ ମିଳିଲା ଅନୁମୋଦନ।
୬-ଭୁବନେଶ୍ୱର:ଅଙ୍ଗନବାଡ଼ି ସେବାରେ ନୂଆ ଅଧ୍ୟାୟ; ଓଡ଼ିଶାର ସବୁ ୭୩,୫୪୩ କର୍ମୀ ନେଲେ ‘ପୋଷଣ ଟ୍ରାକର’ ଟ୍ରେନିଂ।
୭-ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା; ୨୪ ଜିଲ୍ଲାରେ ୧୩.୭୧ ଲକ୍ଷ ଲୋକ ପ୍ରଭାବିତ, ଭାଙ୍ଗିଛି ୫,୦୪୪ ଘର, ଚାଷୀଙ୍କ ପାଇଁ ଅଛି ସ୍ୱତନ୍ତ୍ର ପ୍ୟାକେଜ୍।
୮-ବାଲେଶ୍ଵର, ସତ୍ୟନାରାୟଣ ବିଦ୍ୟାପୀଠ: ସ୍କୁଲ ପରିସରରେ ବୁଲା କୁକୁର ଆତଙ୍କ, ଛାତ୍ରଙ୍କ ଆଙ୍ଗୁଳି ଛିଡାଇ ନେଲା।
୯-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବିଧାୟକଗଣ।ଭତ୍ତା ବୃଦ୍ଧି, ଚିକିତ୍ସା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଲେ ଆଲୋଚନା।
୧୦-ଭୁବନେଶ୍ୱର: ରାଜଧାନୀକୁ ଅଣ୍ଟୁନି ପନିର୍, ଛେନା କିଲୋ ୨୩୫ ଓ ପନିର କିଲୋ ୨୯୦ ଟଙ୍କାରେ ବିକ୍ରି ହେବ।
୧୧-ଟ୍ରାଫିକ୍ ନିୟମ ଭାଙ୍ଗିଲେ ସାବଧାନ;କାଲି ଗୋଟିଏ ଦିନରେ କଟିଲା ୭,୮୯୦ ଇ-ଚାଲାଣ, ହେଲମେଟ୍ ନପିନ୍ଧି ଧରାପଡ଼ିଲେ ୨,୨୩୭ ଜଣ।
୧୨-ବଢ଼ିବ OUAT କଳେବର, ରାଜ୍ୟରେ ଖୋଲିବ ଆଉ ୪ ନୂଆ କଲେଜ। ମୟୂରଭଞ୍ଜରେ କୃଷି କଲେଜ ପାଇଁ ୬୦ଟି ସିଟ୍ ରେ ନାମଲେଖା ଆରମ୍ଭ।
୧୩-ବାଣୀବିହାର ଲ’ କଲେଜରେ ଛାତ୍ର ଅଶାନ୍ତି, ବିଭିନ୍ନ ଦାବି ନେଇ ଅଧ୍ୟକ୍ଷଙ୍କୁ ଘେରିଲେ ଆଇନ ଛାତ୍ରଛାତ୍ରୀ।
୧୪-କଟକ:୨୦୧୭ରୁ ହୋଇନି ଛାତ୍ର ସଂସଦ ନିର୍ବାଚନ, ରେଭେନ୍ସାରେ ଏବିଭିପିର ଦାବିପତ୍ର।
୧୫-ମାଲକାନଗିରି:ଗାଁ ପୋଖରୀରେ କୁମ୍ଭୀର, ଆତଙ୍କିତ ଲୋକେ; ଜାଲ ବିଛାଇ ୪ ଫୁଟିଆ ମଗରକୁ ଉଦ୍ଧାର କଲା ବନ ବିଭାଗ।
୧୬-ଘଟଗାଁ:ପାରିବାରିକ କଳହର କରୁଣ ପରିଣତି, କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ।
୧୭-ଓଡ଼ିଶାରେ LPG ସିଲିଣ୍ଡର କଳାବଜାରୀ ଉପରେ ବଡ଼ ଆକ୍ସନ: ୩୭୯୨ ସ୍ଥାନରେ ଚଢ଼ାଉ, ଜବତ ହେଲା ୮୨୦୮ ସିଲିଣ୍ଡର।
୧୮-ରେଭେନ୍ସା ଶିକ୍ଷକ- ବିଧାୟକ ବିବାଦ ଘଟଣା: ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀ ହେଲେ ନୂଆ ଚିଫ୍ ଓ୍ବାର୍ଡେନ୍।
୧୯-ବ୍ରହ୍ମପୁର:୧୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବ୍ରହ୍ମପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର।
୨୦-ନୂଆ ଦିଲ୍ଲୀ:ଘରୁ ଟଙ୍କା ମିଳିବା ଘଟଣା, ଜଷ୍ଟିସ ବର୍ମାଙ୍କ ୩ ଦୋଷ ପ୍ରମାଣିତ।
୨୧-ଗାଲେ: ପିଚ୍ ପରଖିଲେ ଗମ୍ଭୀର,ସ୍ପିନ୍ ଲଢେଇ ପାଇଁ ଉଭୟ ଦଳର ରଣନୀତି ପ୍ରସ୍ତୁତ।
୨୨-ନୂଆ ଦିଲ୍ଲୀ:ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଚନ୍ଦ୍ରଶେଖରନ୍ ଙ୍କ ଇସ୍ତଫା, କାର୍ଯ୍ୟକାଳ ଅଛି ଆସନ୍ତା ବର୍ଷ ଫେବୃୟାରୀ ଯାଏଁ ।
🙏 *ସୁପ୍ରଭାତ* 🙏
