March 10, 2026

ଉମରକୋଟ ରେ ଚେକ ଡ୍ୟାମ ର ପାଣି ପିଇଗଲେ ବିଭାଗୀୟ ଅଧିକାରୀ……..

IMG-20250813-WA0141
Share

 

ଉମରକୋଟ (ଏମ.ଦିନା°ଶୁ ଆଚାରୀ) ସିଙ୍ଗାରି ନଦୀର ଚେକ ଡ୍ୟାମରେ ପାଣି ନାହିଁ!ଆଖ ପାଖ ଅଞ୍ଚଳର ପ୍ରାୟ ଦଶ ଗୋଟି ଗ୍ରାମର ଚାଷୀ ମାନେ ହନ୍ତସନ୍ତ!ବର୍ଷା ଦିନେ ଟୋପାଏ ପାଣି ନାହିଁ ତାହାହେଲେ ଅନ୍ୟ ଋତୁ ରେ ପାଣି ଆସିବ କୁଆଡୁ। ଚାଷୀ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁ ପଂଚାୟତ ଅଧୀନରେ ଥିବା ସିଙ୍ଗାରି ନଦୀର ଚେକ ଡ୍ୟାମ ର ଦୃଶ୍ୟ। ଏହି ଡ୍ୟାମ ର ପାଣି ଉପରେ ପ୍ରାୟ ଦଶଟି ଗ୍ରାମର ଚାଷୀ ନିର୍ଭର କରୁଥିବାବେଳେ କେନାଲ ଗୁଡିକରେ କେବଳ ଅଳିଆ ଆବର୍ଜନା ଭରି ରହିଛି, ଟୋପାଏ ପାଣି ନାହିଁ, ବର୍ଷା ଦିନରେ ଏଭଳି ଅବସ୍ଥା ତାହାହେଲେ ଅନ୍ୟ ଋତୁ ରେ ଚାଷୀ କିଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ଚିନ୍ତାର ବିଷୟ ପାଲଟିଛି।ସେପଟେ ବିଭାଗୀୟ ଅଧିକାରୀ ଅଞ୍ଚଳର ଚାଷୀଙ୍କ ଠାରୁ ଜଳକର ବାଧ୍ୟତା ମୂଳକ ଭାବେ ଆଦାୟ କରୁଥିବା ଅଭିଯୋଗ ହୋଇଛି, କେନାଲ ମରାମତି ନିମନ୍ତେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଅନୁମୋଦନ ହେଉଥିଲେ ସୁଦ୍ଧା କୌଣସି କାର୍ଯ୍ୟ ହେଉନାହିଁ ବୋଲି ଚାଷୀ କହିଛନ୍ତି ଏବଂ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କରୁଥିଲେ ମଧ୍ୟ କେହି ଫୋନ ରିସିଭ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ।ଏବିଷୟରେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କି ସେମାନେ ସାମ୍ବାଦିକ ପ୍ରତିନିଧି ଙ୍କ ଫୋନ ମଧ୍ୟ ରିସିଭ କରୁନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ କିଭଳି ବିଭାଗୀୟ ଅଧିକାରୀ ମନମୁଖୀ କାର୍ଯ୍ୟ କରୁଛନ୍ତି।