କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଫେରିଲେ ଆଶୀର୍ବାଦ
ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ (୫୮୯୫ ମିଟର)
ଆରୋହଣ କରି, ସେଠାରେ ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲ୍ଲା
ଅତାବିରା ବ୍ଲକ୍ କୁଲିତା ଟିକିରା ଗାଁର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ଆଜି ଜନ୍ମମାଟିକୁ
ଫେରିଛନ୍ତି l ବରଗଡ଼ ଗାନ୍ଧୀ ଛକ ଠାରେ ସଂକଳ୍ପ ପରିବାର, ନିଷ୍ଠା ପରିବାର, ଫାଇଟସ୍ର୍ ଗ୍ରୁପ,
କୋଶଲ ସଂଗ୍ରାମୀ, ଅଶ୍ବିନୀ ଦର୍ଜୀ, ସୁରେନ୍ଦ୍ର ପଣ୍ଡା ଓ ଶତାଧ୍ଵ ବରଗଡ଼ ବାସୀ ବିପୁଳ ସ୍ବାଗତ
ସମ୍ବର୍ଦ୍ଧନା ଜଣାଇଥିଲେ। ଆଶୀର୍ବାଦଙ୍କୁ ବରଗଡ଼ରସମଲେଇ ମନ୍ଦିରଯାଏଁ ପାଛୋଟି ନେଇଥିଲେ।
ମାଁ ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସଂକଳ୍ପ
ପରିବାରର ସଭାପତି ବିକାଶ ଅଗ୍ରୱାଲ, ଜି.ରମେଶ, ଅନନ୍ତ ସାହୁ, ଚିନ୍ମୟ ପାଣ୍ଡେ, ନୀଲେଶ
ପ୍ରଧାନ, ନବୀନ ବୁଡ଼େକ ସମେତ ଅନ୍ୟାନ୍ୟ ସଂଗଠନର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ।
