ଉମରକୋଟ ଠାରେ ଗଣଶିକ୍ଷା ମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ଉଦ୍ଘାଟନ….
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ)ଆଜି ତା:13/8/24 ମଙ୍ଗଳବାର ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ତତ୍ତ୍ବାବଧାନରେ ଏକ ଅଭଯୋଗ ଶୁଣାଣୀ ପ୍ରକୋଷ୍ଠ ଖୋଲାଯାଇ ତାର ଶୁଭ ଉଦ୍ଘାଟନ କରାଯାଇଛି ।
ରାଜ୍ୟ ରେ ଭାଜପା ର ସରକାର ହେବା ପରଠାରୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ଆମ ସରକାର ଲୋକଙ୍କ ସରକାର ଶ୍ରୀ ମାଝୀ ମୁଖ୍ୟ ମନ୍ତ୍ରୀ ସପଥ ନେବା ପରଠାରୁ ରାଜ୍ୟ ବାସୀ ଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଉମରକୋଟ ଠାରେ ମଧ୍ୟ ସାଧରଣ ଲୋକଙ୍କ ସୁବିଧା ପାଇଁ ଏହି ପ୍ରକୋଷ୍ଠ ଖୋଲାଯାଇ ଅଛି ଲୋକେ ବହୁ ଦୁର ଦୁରାନ୍ତରୁ ଆସୁଛନ୍ତି କେହି ମଧ୍ୟ କୌଣସି ଅସୁବିଧା ର ସମୁଖିନ ନ ହୁଅନ୍ତୁ ମନେକରି ଏହି ପ୍ରକୋଷ୍ଠ ଖଲା ଯିଇଅଛି ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ରେ ନଥିଲେ ମଧ୍ୟ ଏହା ମାଧ୍ୟରେ ମନ୍ତ୍ରୀ ଙ୍କ ସହ ଲୋକଙ୍କ ସମସ୍ୟାକୁ ନେଇ ଯୋଗାଯୋଗ ହୋଇ ପାରିବ ନିଜେ ମନ୍ତ୍ରୀ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପ୍ରୀତି ରଂଜନ ମିଶ୍ର(ବି.ଡି.ଓ), ବିକାଶ ସରକାରବ(ବି.ଇ.ଓ), ପୁରୁଷତ୍ତମ ମାଝୀ(ଏ.ବି.ଇ.ଓ), ବରିଷ୍ଠ ଅକିଲ ରାମ ନାୟକ,୧୦ ନଂ ୱାର୍ଡ କାଉଁସିଲର୍ କନକ ଲତା ନାୟକ, ନିଜ ନିଜ ର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ , ଅଶୋକ କୁମାର ପାଢୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଗୋପୀନାଥ ସାହୁ ଏହାର ସମାପନ କରିନଥିଲେ ଏଥିରେ ବହୁ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ ।