July 14, 2026

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର..

hand
Share

ସାନଖେମୁଣ୍ଡି,୧୩|୭(ବିଜୟ କୁମାର ପ୍ରଧାନ ) ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ମା ‘ ମାଣିକେଶ୍ଵରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତ(୪୬)। ସକାଳେ ମନ୍ଦିର ପୂଜକ ପୂଜା ପାଇଁ କୂଅରୁ ପାଣି ଆଣିବା ପାଇଁ ଯାଇଥବା ବେଳେ କୂଅ ଭିତରେ କୌଣସି ବ୍ୟକ୍ତି ଙ୍କ ମୃତଦେହ ଭାସୁଥିବା ଦେଖିଥିଲେ।ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଘଟଣାସ୍ଥଳ ରେ ପହଞ୍ଚି କୂଅ ଭିତରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର କରିବା ପରେ  ପୂର୍ଣ୍ଣଚନ୍ଦ୍ର ଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡ଼ା. ବାହନ ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ହିଞ୍ଜିଳି ଥାନାରେ ଏତଲା ହେବାପରେ ଆଇଆଇସି ଶ୍ରୀନିବାସ ସେଠୀ ଅପମୃତ୍ୟୁ ମାମଲା ନଂ.୧୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ରବିବାର ବିଳମ୍ବିତ ରାତିରେ ପୂର୍ଣ୍ଣଚନ୍ଦ୍ର ଏବଂ କିଛି ବ୍ୟକ୍ତି ମନ୍ଦିର ପରିସରରେ ଜୁଆ ଖେଳୁଥିଲେ। ମିଛ ରେ କେହି ଜଣେ ପୋଲିସ ପୋଲିସ ବୋଲି ପାଟି କରିବାରୁ ସମସ୍ତେ ଦୌଡ଼ି ଥିଲେ।ଅସାବଧାନତା କାରଣରୁ ଅନ୍ଧାର ରାତିରେ ପୂର୍ଣ୍ଣଚନ୍ଦ୍ର କୂଅ ମଧ୍ୟକୁ ଖସି ପଡ଼ିଥିଲେ ବୋଲି ଗାଁ ରେ ଚର୍ଚ୍ଚା ହେଉଛି।ପୋଲିସ ଘଟଣାର ତଦନ୍ତ ଚଳାଇଛନ୍ତି।