ଆଜିର ଖବର..
୧-କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଦାନ:ନାମ ଲେଖା ଫି’ ଫେରି ପାଇବା ଚିନ୍ତାରେ ୭୧୦୮ ଛାତ୍ର ଛାତ୍ରୀ।
୨-ବ୍ରହ୍ମଗିରି: ଶ୍ରୀ ଅଲାରନାଥଙ୍କ ପୀଠରେ ଆଜି ଅଣସର ଶେଷ ଦର୍ଶନ। ସକାଳ ୬ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼।
୩-ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଲାଇଫ୍ ଗାର୍ଡ।
୪-ବିଜେପିରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ: ଶହ ଶହ ସମର୍ଥକଙ୍କ ସହ ଧରିଲେ ପଦ୍ମ, ଚୌଦ୍ୱାର-କଟକରେ ବଦଳିବ ରାଜନୈତିକ ସମୀକରଣ।
୫-ଆଜିଠୁ ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ଚାମେଲି, IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି।
୬-ବର୍ଷାରେ ଭିଜିବ ରଥଯାତ୍ରା;୧୭ ତାରିଖ ଯାଏ ଲାଗି ରହିବ ବର୍ଷା, ୧୪ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି।
୭-ସାବଧାନ ! ମାତିଛନ୍ତି ସାଇବର ଠକ, କମ୍ ଦାମ୍ର ହୋଟେଲ ଅଫରରେ ପଡ଼ନ୍ତୁ ନାହିଁ, ସତର୍କ କଲା ପୁରୀ ପୋଲିସ।
୮-ଟିଟିଲାଗଡ଼,ହାଇସ୍କୁଲ ପଡ଼ା ଅଞ୍ଚଳ:ବିଦେଶୀ ମଦ ଦୋକାନକୁ ବିରୋଧ;ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ମହିଳା।
୯-କେନ୍ଦୁଝର,ଜୁଡ଼ିଆ ଘାଟି:ଓଲଟିଲା ପିଆଜ ବୋଝେଇ ଟ୍ରକ, ଯିଏ ଯାହା ପାରିଲେ ବୋହିନେଇଗଲେ।
୧୦-ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍। ଏହାକୁ ଦୃଷ୍ଟିରେ ରଖି ଏଥର ୨୭ଟି ସ୍ଥାନରେ ହୋଇଛି ଗାଡ଼ି ପାର୍କିଂ ବ୍ୟବସ୍ଥା
୧୧-କୋଲକାତାରୁ ପାରାଦ୍ଵୀପ ଲମ୍ବିଛି ଚୋରା ଛେଳି ରାକେଟ୍: ପାସେଞ୍ଜର ବସ୍ ଡିକିରୁ ୩୭ ଛେଳି ଉଦ୍ଧାର, କର୍ମଚାରୀ ଅଟକ।
୧୨-ଟି-୨୦ ପରାଜୟର ପ୍ରତିଶୋଧ ନେବେ ରୋହିତ-ବିରାଟ ! ଜୁଲାଇ ୧୪ରେ ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଦିନିକିଆ।
୧୩-ବାରାଣସୀରେ କଡ଼ା ସୁରକ୍ଷା ବ୍ୟବସ୍ଥା: କାଉଡ଼ିଆ ବେଶରେ ଥିବା ସନ୍ଦିଗ୍ଧଙ୍କ ଉପରେ ରହିବ କଡ଼ା ନଜର।
୧୪-ପରିଚୟ ଲୁଚାଇ ତିଆରି କରିଥିଲେ ଆଧାର ଓ ପାନ୍ କାର୍ଡ: କର୍ଣ୍ଣାଟକରୁ ୨ ପାକିସ୍ତାନୀ ନାଗରିକ ଗିରଫ।
୧୫-ଲଣ୍ଡନ: ଲର୍ଡସରେ ୟସ୍ତିକାଙ୍କ ଶତକ,ବିଜୟ ଠାରୁ ୪ ଓ୍ବିକେଟ୍ ଦୂରରେ ଭାରତ।
୧୬-ନୂଆ ଦିଲ୍ଲୀ: ସଂସ୍ଥାମାନଙ୍କ ପାଇଁ ସର୍ବ କ୍ଷମା ଯୋଜନା ଆବେଦନ ଆହ୍ୱାନ କଲା EPFO।
୧୭-ମାୟାମି:ଫିପା ଫୁଟବଲ ବିଶ୍ଵ କପ୍;ଆର୍ଜେଣ୍ଟିନା – ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ୧୫ ତାରିଖରେ ହେବ।
୧୮-ମହାକାଶରେ ଦର୍ପଣ ଲଗାଇ ରାତିକୁ ଦିନ କରିବ ଆମେରିକା, ବିବାଦ ସତ୍ତ୍ବେ ସାଟେଲାଇଟକୁ ମଞ୍ଜୁରୀ।
୧୯-ପୁଣି ରଣକ୍ଷେତ୍ର ପାଲଟିଲା ମଧ୍ୟପ୍ରାଚ୍ୟ, ଆମେରିକା ଆକ୍ରମଣର ଜବାବ ଦେଉଛି ଇରାନ।
୨୦-ହର୍ମୁଜ ବନ୍ଦ,ଆଗକୁ ପୁଣି ତେଲ ସଂଙ୍କଟ, ବଢ଼ିବ ଅଶୋଧିତ ତୈଳ ଦର, ଦୁର୍ବଳ ହେବ ଟଙ୍କା।
