June 14, 2025

ବିକାଶ ବାହନର ଶୁଭାରମ୍ଭ କଲେ ବିଧାୟକ

IMG-20250613-WA0004
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସର ରେ ବିକାଶ ବାହନ ର ଶୁଭାରମ୍ଭ କଲେ କୋଟପାଡ଼ ବିଧାୟକ ରୁପୁ ଭତରା.ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମ ଓ ସୁଦୂର ଅଞ୍ଚଳ ଥିବା ଲୋକ ମାନଙ୍କ ପାଖକୁ ସେବା. ଯୋଜନା. ସୂଚନା ଓ ସାହାଯ୍ୟ ପହଁଞ୍ଚାଇବା ଏହି ବିକାଶ ବାହନ ର ମୂଳ ଉଦେଶ୍ୟ ଏବଂ ଚଳିତ ମାସ 12ତାରିଖ ଠାରୁ 21ତାରିଖ ପର୍ଯ୍ୟନ୍ତ ସୁଦୂର ଅଞ୍ଚଳ ଯାତ୍ରା ହେବ ବୋଲି ବିଧାୟକ ଶ୍ରୀ ଭତରା ପ୍ରକାଶ କରିଥିଲେ. ପ୍ରଥମ ଦିନରେ ମୁର୍ତ୍ତା ହାଣ୍ଡି ଓ ଛତ୍ତର୍ଲା ଗ୍ରାମ ପଞ୍ଚାୟତ କୁ ଯାତ୍ରା କରିଥିବା ସମୟ ରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଅଙ୍ଗନ ୱାଡି କର୍ମୀ ଝୋଟି ହୁଳ ହୁଳି ଦେଇ ସ୍ୱାଗତ କରିଥିଲେ. ଏହି ଅବସର ରେ ଦୁଇଟି ପଞ୍ଚାୟତ ରେ 20ଜଣ ହିତାଧିକାରୀ ଙ୍କୁ ଆବାସ ଘର କାର୍ଯାଦେଶ ବଣ୍ଟନ ସହ ବିକଳାଙ୍ଗ ଙ୍କୁ ପ୍ରମାଣ ପତ୍ର ସହ ଭତ୍ତା ପ୍ରଦାନ କରାଯାଇଥିଲା. ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ରାମେଶ୍ୱର ଜେନା. ତହସିଲଦାର ଟ୍ୱିଙ୍କିଲ ସେଠି. ବିଡ଼ିଓ ସନ୍ଧ୍ୟା ସମରଥ. ପିଇଓ ଦିଲୀପ ପଟ୍ଟନାୟକ. ସରପଞ୍ଚ ସରିତା ଶଗରିଆ. ତ୍ରିନାଥ ମାଝୀ.ଜିପିଡିଓ ଜଗନ୍ନାଥ ଅଟକା. ପିଇଓ ମୁରଲୀ ପଟ୍ଟନାୟକ. ସମିତି ସଭ୍ୟ ଗୁରୁ ନାଥ ହରିଜନ. ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଦୁରୁଆ. ଯୋଗାଣ ସହାୟକ ମନମୋହନ ରାଉତ ସମିତି ସଭ୍ୟା ଜେମା ଭତରା. ସିଡିପିଓ ସୁମିତ୍ରା ଦେବୀ ତ୍ରିପାଠି ଙ୍କ ସମେତ ବହୁ ଗ୍ରାମ ବାସି ଉପସ୍ଥିତ ଥିଲେ. ସମସ୍ତ କାର୍ଯକ୍ରମ କୁ ଗ୍ରାମ ପଞ୍ଚାୟତ ଅଧିକାରୀ ଶ୍ରୀ ସୁଧାଂଶୁ ରଥ ପରିଚାଳନା କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର.