September 19, 2026

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ଥାନା ଅଂଚଳରେ ନାବାଳିକାକୁ ୬୦ ବର୍ଷର ବୃଦ୍ଧ ମାମୁର ଦୁଷ୍କର୍ମ

IMG-20250613-WA0037
Share

 

 

ପାରଳାଖେମୁଣ୍ଡି:୧୩/୬(ଗରୁଡ ଧ୍ୱଜ ଚୌଧୁରୀ)60 ବର୍ଷର ବୃଦ୍ଧ ତଥା ସମ୍ପର୍କୀୟ ମାମୁ ଜଣେ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିଥିବା ଏକ ଖବର ହସ୍ତଗତ ହୋଇଛି. ଘଟଣାଟି ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଘଟିଛି.ଏହି ଘଟଣା ନେଇ ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଛନ୍ତି I ଘଟଣାରୁ ପ୍ରକାଶ, ନାରୀଙ୍ଗୀଗାଁର ଜଣେ ୬୦ ବର୍ଷୀୟ ବୃଦ୍ଧ ରାଇଗୁଡ଼ା ଗାଁକୁ ଭୋଜି କାର୍ଯ୍ୟରେ ଯୋଗଦେଇଥିଲେ। ଭୋଜି ସରିବା ପରେ ଫେରିବା ବାଟରେ ପଡୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ | ସେଠାରେ ପରିବାର ବର୍ଗ ନଥିବା ବେଳେ କେବଳ ନାବାଳିକା ଝିଅ ଏକା ଥିଲା| ଏହାର ସୁଯୋଗ ନେଇ ୬୦ ବର୍ଷର ବୃଦ୍ଧ ସମ୍ପର୍କୀୟ ମାମୁଁ ଜଣକ ନାବାଳିକା ଭାଣିଜୀଙ୍କୁ ଦୁଷ୍କର୍ମ କରିଥିଲେ I ବାପା, ମା’ ଘରକୁ ଫେରିବା ପରେ ଏନେଇ ନାବାଳିକା ଜଣକ ଜଣାଇଥିଲେ. ନାବାଳିକାଙ୍କ ବାପା, ମା ଘଟଣା ସମ୍ପର୍କରେ ଜାଣିବା ପରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ. ମୋହନା ପୋଲିସ ସମ୍ପୃକ୍ତ ନାବାଳିକାକୁ ଡାକ୍ତରୀ ମାଇନା ଓ ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲେ. ପୋଲିସ ମୋହନା ଥାନାରେ ଘଟଣା ନେଇ ଏକ ମକଦ୍ଦମା ରୁଜୁ କରିବା ସହ ୬୦ ବର୍ଷ ବୃଦ୍ଧଙ୍କୁ ଗିରଫ କରିଥିବା ସୂଚନା ମିଳିଛି.