July 1, 2024

ଜାତୀୟ ସ୍ତରୀୟ ହାମରବଲ ଟୁର୍ନାମେଣ୍ଟ ମହିଳା ଓ ପୁରୁଷ ଦୁଇଟି ଯାକ ଚମ୍ପିୟାନ ବାଜି ମାରିନେଲା ଓଡିଶା ..

Share

ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଚାରିଦିନ ହେବ ଜାତୀୟ ସ୍ତରୀୟ ହାମରବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ରେ ମହିଳା ବିଭାଗରେ ଫାଇନାଲ କୁ ଯାଇଥିଲା ଓଡିଶା ଓ ଉତ୍ତରପ୍ରଦେଶ l ଓଡିଶା ମହିଳା ଟିମ ଉତ୍ତରପ୍ରଦେଶ ମହିଳା ଟିମକୁ ହରାଇ ଚମ୍ପିୟାନ ହୋଇଥିବାବେଳେ ଓଡିଶା ପୁରୁଷ ଟିମ ମଧ୍ୟ ଉତ୍ତରପ୍ରଦେଶ ଟିମକୁ ହରାଇ ଚମ୍ପିୟାନ ହୋଇଛି l ଏହି ଟୁର୍ନାମେଣ୍ଟ ର ପୁରସ୍କାର ବିତରଣ ଉର୍ତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ହରେକୃଷ୍ଣ ସିଂହାରୀ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ପରେ ପରେ ଓଡିଶୀ ନୃତ୍ୟ, ମାଲଖମ୍ବ ସଂଗୀତ ପରିବେଷଣ କରାଯାଇ ଖେଳାଳି ମାନଙ୍କୁ ଉର୍ସାହିତ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed