March 11, 2026

ଇନ୍ନରହୁଇଲ ଶ୍ରୀଜଗନ୍ନାଥ ଧାମ ପୁରୀ ର ରଜ ମହୋତ୍ସବ ଧୂମଧାମର ସହିତ ପାଳନ କରାଯାଇଛି ..

IMG-20240613-WA0029
Share

ପବିତ୍ର ରଜପର୍ବ ପାଇଁ ଚଳଚଞ୍ଚଳ ପୁରୀ ସହର l ଆଜି ସନ୍ଧ୍ୟାରେ ପୁରୀ ସିଟିରୋଡ଼ ହୋଟେଲ ବିଜୟା ଇଣ୍ଟରନେସେନାଲ ସଭାଗୃହ ପରିସରରେ ଇନ୍ନରହୁଇଲ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ସଭାପତି ନିରୁପମା ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଇଏସଓ ମଧୁସ୍ମିତା ତ୍ରିପାଠୀ ସମ୍ପାଦକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସହିତ କ୍ଳବର ପଚାଶ ରୁ ଉର୍ଦ୍ଧ ସଦସ୍ୟା ଅଂଶଗ୍ରହଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏପରିକି ରଜସଜ, ରଜପାନ, ରଜପିଠା, ରଜଦୋଳି ଶେଷରେ ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ରଜକୁଇନ ପ୍ରତିଯୋଗିତାରେ ଅନୁଷ୍ଠାନର ସଦସ୍ୟା ଚନ୍ଦନା ଦାସ ରଜକୁଇନ ମୁକୁଟ ପିନ୍ଧିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ