July 1, 2024

ଏନ୍ଏସି ରାସ୍ତାର ମଝିରେ ଗର୍ତ୍ତ , ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି

Share


ବୁଗୁଡ଼ା : ତା ୧୩/୦୬/୨୪ : ସ୍ଥାନୀୟ ମଦନ ମୋହନ ଛକରୁ ବଡଦାଣ୍ଡକୁ ଯିବା ବାଟରେ ମିଲ୍ ସମ୍ମୁଖରେ କଙ୍କ୍ରିଟ୍ ପ୍ଲେଟ୍ ଭାଙ୍ଗି ଯାଇଥିବା ଫଳରେ ରାସ୍ତା ମଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇ ଦୁର୍ଘଟଣାର କାରଣ ପାଲଟିଛି । ଏଠାକାର ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଗର୍ତ୍ତ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ଅସାବଧାନତା ହେଲେ ସାଇକେଲ ଓ ବାଇକ୍ ଆରୋହୀ ଏହି କଣାରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ରାତ୍ରୀକାଳରେ ବିଦ୍ଯୁତ୍ କାଟ ସମୟରେ ପଥଚାରୀଙ୍କ ଗୋଡ ସେହି କଣା ମଧ୍ୟରେ ଗଳି ପଡୁଥିବାରୁ ଆହତ ହେଉଛନ୍ତି । ଗତ ସପ୍ତାହରେ ରାତିରେ ସେହି କଣାରେ ଏକ ଗାଈର ଗୋଡ ପଶିଯାଇ ଭାଙ୍ଗି ଯାଇଥିବା ବେଳେ ଆଜି ଅପରାହ୍ନରେ ଜନୈକା ଯୁବତୀ ସେହି କଣା ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ । ତେଣୁ ରାସ୍ତା ମଧ୍ୟସ୍ଥ ସେହି ବିପଦପୂର୍ଣ୍ଣ ଗର୍ତ୍ତ ପ୍ରତି ପ୍ରତିକାର ବ୍ଯବସ୍ଥା କରିବାକୁ ଏନ୍ଏସି ପ୍ରଶାସନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି ।

You may have missed