July 1, 2024

ବୁଦ୍ଧେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠି ଯାତ୍ରା ଅନୁଷ୍ଠିତ ..

Share

ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଳାସପୁର ଗ୍ରାମରେ ଥିବା ବୁଦ୍ଧେଶ୍ୱର ପୀଠ । ଚଳିତ ବର୍ଷ ଜ୍ୟେଷ୍ଠ ଶୁକ୍ଲ ପକ୍ଷ ପଂଚମୀ ତିଥି ସୋମବାର ଦିନ ମହାଦେବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବର ବେଶରେ ସଜ୍ଜିତ ହୋଇ ବିବାହ ନିମନ୍ତେ ଶୋଭାଯାତ୍ରାରେ ବାହାରିଥିଲେ ଶ୍ରୀ ଶ୍ରୀ ବୁଦ୍ଧେଶ୍ୱର । ପରେ ବାଟବରଣ ହୋଇ ବିବାହ ମଣ୍ଡପରେ ବିରାଜମାନେ କରିଥିଲେ ଦେବାଧି ଦେବ ମହାଦେବ। ବୈଦିକ ରୀତିନୀତି ଅନୁସାରେ ସମାପନ ହୋଇଥିଲା ମହାଦେବ-ପାର୍ବତୀଙ୍କ ବିବାହ ଉତ୍ସବ। ବିବାହ ଉତ୍ସବ ରେ ବରଙ୍କ ପିତା ଅର୍ଥାତ ଦେବାଧିଦେବ ମହାଦେବଙ୍କ ପିତାମାତା ଭାବେ ପଳାସପୁର ଗ୍ରାମର ଜଗନ୍ନାଥ ପାଣିଗ୍ରାହୀ ଓ ଧର୍ମପତ୍ନୀ ନୂତନ ପଣ୍ଡା ହୋଇଥିବା ବେଳେ ମାତା ପାର୍ବତୀ ଙ୍କ ପିତା ହୋଇଥିଲେ ବାଳକୃଷ୍ଣ ଚୌଧୁରୀ। ଗୁରୁବାର ଦିନ ବିରାଟ ପଟୁଆରରେ ନଗର ପରିକ୍ରମା କରିଛନ୍ତି ନବ ବିବାହିତ ବାବା ମହାଦେବ- ମାତା ପାର୍ବତୀ। ଏଇଥିପାଇଁ ଭଳିକି ଭଳି ଆଲୋକ ମାଳରେ ସୁସ୍ୱଜିତ ହୋଇଛି ପଳାସପୁର ଗ୍ରାମ। ଭକ୍ତମାନେ ଯେପରି ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର କମିଟୀମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଉକ୍ତ ବିବାହ ଉତ୍ସବ କୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ମନ୍ଦିର ଉପଦେଷ୍ଟା କୈଳାସ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ପାଢ଼ୀ, ସଭାପତି ବସନ୍ତ କୁମାର ପାଢ଼ୀ, ଉପସଭାପତି ମାଧବ ରେଡ୍ଡୀ, କୋଷାଧକ୍ଷ ବାଳକୃଷ୍ଣ ଚୌଧୁରୀ, ସମ୍ପାଦକ ରଞ୍ଜନ ସାହୁ, ସହ ସମ୍ପାଦକ ନରହରି ରେଡ୍ଡୀଙ୍କ ସମେତ ସମସ୍ତ କମିଟିବୃନ୍ଦ ସହଯୋଗ କରିଥିଲେ। ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର

You may have missed