July 8, 2024

ହିନ୍ଦୁ ମୁସଲମାନ ଭାଇଚାରାର ବାର୍ତ୍ତା ଦେଇଥାଏ କାଇପଦର ର ବୁଖାରି ପୀରବାବା ପୀଠ।

Share

ଖୋର୍ଦ୍ଧା,(ଉପାନ୍ତ ଖବର): ଷୋହଳ ନମ୍ବର ଜାତୀୟ ରାଜପଥ କୁରାଢ଼ମଲ୍ଲ ଛକଠାରୁ ତିନି କିଲୋମିଟର ଯିବା ପରେ ପଡେ କାଇପଦର ବୋଖାରୀ ପୀରବାବାଙ୍କ ପୀଠ। ଏହି ପୀଠକୁ ସମଗ୍ର ବିଶ୍ବର ତଥା ବିଭିନ୍ନ ରାଜ୍ୟର ଓ ବିଭିନ୍ନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ବୋଖାରୀ ବାବାଙ୍କୁ ଆରଧନା କରିବା ବିଶ୍ୱରେ ବିରଳ ଅଟେ। ବସୁଧୈବଂ କୁଟୁମ୍ବକମର ବାସ୍ତବରେ ହିଁ ପ୍ରତିଫଳିତ ହୋଇଛି। ବିଶେଷ କରି ଇଶ୍ବର ଆଲ୍ଲା ତେରେ ନାମ ସବ୍ କୋ ସମ୍ମତି ଦେ ଭଗବାନ। ହିନ୍ଦୁ ମୁସଲମାନ ଆମେ ସବୁ ଭାଇ ଭାଇ ଉକ୍ତିର ଏହା ହେଉଛି ପ୍ରକୃତ କ୍ଷେତ୍ର।ଯାହାକି ହିନ୍ଦୁ ଏବଂ ମୁସଲମାନ ଙ୍କ ପାଇଁ ଭାଇଚାରା ର ଅପୂର୍ବ ନିଦର୍ଶନ ପାଲଟିଛି ଏହିପୀଠ। ଭାଇଚାରା ର ବାର୍ତ୍ତା ବହନ କରୁଥିବା ଏହି ପୀଠକୁ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ବହୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଏହି ପୀଠକୁ ଆସିଥାନ୍ତି। ସ୍ଥାନୀୟ ଲୋକ ଓ ଐତିହାସିକ ଙ୍କ ମତରେ ୧୫୫୨ ମସିହାରେ ଜଣେ ହଜରତ ବୁଖାରି ପୀରବାବା ନାମକ ଏହି କାଇପଦର ଅଞ୍ଚଳକୁ ଆସିଥିଲେ। ଏହିଠାରେ ରହି ଜାତି ଧର୍ମ ଭୂଲି ମଣିଷ ଜାତିର ସେବା କରି ଆସୁଥିଲେ।ଲୋକ କଥା ଅନୁସାରେ ଏକଦା ପିଇବାପାଇଁ ପାଣି ନଥିବାରୁ ସେହି ପୀରବାବା ନିଜର ଚିମୁଟାରେ ଭୂମି କୁ ପ୍ରହାର କରି ପାଣି ବାହାରକରି ଚମତ୍କାର ଦେଖାଇଥିଲେ। ବର୍ତ୍ତମାନ ସେହି ପୀଠର ପ୍ରାଙ୍ଗଣରେ ସେହି ଚମତ୍କାରି କୂହ ରହିଅଛି। ସେହି କୂହର ପାଣି କୁ ପ୍ରସାଦ ରୂପେ ଗ୍ରହଣ କଲେ ଅସାଧ୍ୟ ରୋଗ ଭଲ ହୋଇଥାଏ ବୋଲି ସାଧାରଣରେ ଆଶା ଓ ବିଶ୍ୱାସ ରହିଛି। ଏହି ଅଞ୍ଚଳ ରେ ଥିବା ଗାଇ ଚରାଳି(ଗଉଡ଼) ପୀର ବାବାଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ପରେ ତାଙ୍କର ଅନୁଗତ ପାଲଟି ଯାଇଥିଲେ। ପରବର୍ତ୍ତୀ ସମୟରେଧ୍ୟାନମଗ୍ନ ଅବସ୍ଥା ରେ ଉଭୟ ଙ୍କ ଶରୀର ହୁଙ୍କାରେ ବିଲୀନ ହୋଇଯାଇଥିଲା। ଉଭୟ ସମାଧିପୀଠ ବାବା ବୁଖାରି ଏବଂ ପୀରବାବା ପୀଠ ଭାବରେ ପରିଚିତ ହୋଇଥିଲା। ଉଭୟ ବାବାଙ୍କୁ ଗୁଡ଼ ଅଧିକ ପ୍ରିୟ ହୋଇଥିବାରୁ ଏଠାରେ ଗୁଡ଼ରେ ପ୍ରସ୍ତୁତ ଭୋଗ ପୂଜା କରାଯାଇଥାଏ। ଏହି ପୀଠ ଆରମ୍ଭରୁ ଭୁକାରିବାବା ପୂଜକ ମୁସଲମାନ ସଂପ୍ରଦାୟର ଥିବା ବେଳେ ବାବା ହିନ୍ଦୁ ଧର୍ମର ଗୁଡି଼ଆ ଜାତି ଦ୍ୱାରା ପ୍ରସ୍ତୁତ ଗୁଡ କୋରା ଭୋଗ ଲାଗୁଥିବା ବେଳେ ମାଳି ସେବକଙ୍କ ଦ୍ୱାରା ଫୁଲ ଚନ୍ଦନ ଲଗାଇ ଥାନ୍ତି ଯାହାକି ସର୍ବଧର୍ମ ସମନ୍ବୟର ବାର୍ତ୍ତା ଦେଇ ଥାଏ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)