September 29, 2024

ମୋହନ ସରକାର, ଖୋଲିଦେଲେ ଶ୍ରୀମନ୍ଦିର ୪ ଦ୍ୱାର… ଶପଥ ନେବା ପରେ ପରେ ପାଳନ କଲେ ପ୍ରତିଶ୍ରୁତି

Share

 

କଥା ଦେଇ, କଥା ରଖିଲେ ନୂଆ ସରକାର । ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ଏହି ସମୟରେ ଉପସ୍ଥିତ ରହିଥିଲେ । ୪ ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରି ଭକ୍ତ କରୁଛନ୍ତି ଶ୍ରୀଜିଉଙ୍କ ଦର୍ଶନ । ବିନା ବାଧାରେ ମନ୍ଦିର ଭିତରକୁ ଯାଉଛନ୍ତି ହଜାର ହଜାରଭକ୍ତ

ତେବେ ବହୁ ଦିନ ଧରି ଭକ୍ତମାନେ ଏହି ଦାବି କରିଆସୁଥିଲେ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନିର୍ବାଚନ ପ୍ରଚାର ବେଳେ ପ୍ରସଙ୍ଗ ପାଲଟିଥିଲା । ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା । ଏହାସହ ନୂଆ ସରକାର ଆସିବା ପରେ ହିଁ ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା ।

ନିଜେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ବେଳେ ଏହି କଥା କହିଥିଲେ । ମୋହନ ମାଝୀଙ୍କ ସରକାର ଶପଥ ଗ୍ରହଣ ପରେ ଏହି ପ୍ରତିଶ୍ରୁତି ପ୍ରଥମେ ପାଳନ କରିଛନ୍ତି । ଶପଥ ଗ୍ରହଣର ପରଦିନ ଅର୍ଥାତ୍ ଆଜିଠାରୁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଭରିଯାଇଛି ।

You may have missed