September 29, 2024
Share

 

୧- ଓଡ଼ିଶା ପାଇଁ ଐତିହାସିକ ଦିନ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାରେ ବିକାଶ ତ୍ବରାନ୍ବିତ ହେବ-ପ୍ରଧାନମନ୍ତ୍ରୀ।

୨- ଓଡ଼ିଶାରେ ଆରମ୍ଭ ହେଲା ମୋହନ ଯୁଗ । ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ଏହାସହ ଓଡ଼ିଶାରେ ପ୍ରଥମ ଥର ଆରମ୍ଭ ହୋଇଛି ବିଜେପି ଶାସନ ।

୩- ରଣପୁର ବିଧାୟିକା ସୁରମା ପାଢୀ ହେବେ ବିଧାନସଭାର ଆଗାମୀ ବାଚସ୍ପତି । ମୋହନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଜେପି ପକ୍ଷରୁ ଏହି ସୂଚନା ମିଳିଛି ।

୪- ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ର ୪ ନିଷ୍ପତ୍ତି, ଆଜି ଖୋଲିବ ଶ୍ରୀମନ୍ଦିରର ୪ ଦ୍ଵାର, ୧୦୦ ଦିନ ଦିନରେ ଲାଗୁ ହେବ ଏମଏସପି ।

୫- କୁଏତର ଦକ୍ଷିଣ ମାଙ୍ଗଫ ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ୪୦ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପ୍ରାୟ ୯୦ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । କୁଏତ ମିଡିଆ ଅନୁସାରେ ବୁଧବାର ସକାଳେ ନିଆଁ ଲାଗିଥିଲା ।

୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତ ଅଗ୍ନିକାଣ୍ଡ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି । ନିଜ କ୍ୟାବିନେଟର ବିଦେଶ ରାଷ୍ଟ୍ରମନ୍ତ୍ରୀ ଥିବା କୀର୍ତ୍ତିବର୍ଦ୍ଧନ ସିଂହଙ୍କୁ କୁଏତ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୭- ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଓରଫ ଅଶଫାକ୍‌ର ଦୟା ନିବେଦନ (ମର୍ସି ପିଟିସନ)କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ପାଖାପାଖି ୨୪ ବର୍ଷ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ପାକିସ୍ତାନୀ ଆତଙ୍କବାଦୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀଦଣ୍ଡାଦେଶ କରିଥିଲେ।

୮- ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ । ପ୍ରୋଫାଇଲରେ ଲେଖାହେଲା ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ବଦଳାଇଛନ୍ତି ନବୀନ ।

୯- ଆନ୍ଧ୍ରରେ ଚନ୍ଦ୍ରବାବୁଙ୍କ ନେତୃତ୍ୱରେ ସରକାର ଗଠିତ । ପୁଅ ନୋରା ଲୋକେଶ ଓ ଜନସେନା ମୁଖ୍ୟ ପୱନଙ୍କ କଲ୍ୟାଣ ସାମିଲ ।

୧୦- ସାଉଥ ସୁପରଷ୍ଟାର ପୱନ କଲ୍ୟାଣ ହେଲେ ଉପମୁଖ୍ୟମନ୍ତ୍ରୀ, ଭାଇ ଚିରଞ୍ଜୀବୀଙ୍କ ପାଦ ଛୁଇଁ ନେଲେ ଆର୍ଶୀବାଦ ।

୧୧- ଜୁନ ୧୩ରୁ ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଇଟାଲୀଗସ୍ତ । ଆପୁଲିଆରେ ଆୟୋଜିତ ଜି-ସେଭନେ ସମ୍ମିଳନୀରେ ହେବେ ସାମିଲ ।

୧୨- ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିଛନ୍ତି। ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିଲା।

୧୩- ଚାଲିଛି ସରକାର ଗଠନ, ସେପଟେ ବଢ଼ୁଛି ଆତଙ୍କୀଙ୍କ ଉତ୍ପାତ । ୩ଦିନରେ ତିନୋଟି ଆକ୍ରମଣରେ ଥରହର ଜମ୍ମୁକାଶ୍ମୀର ।

୧୪- ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ କଲା ପ୍ରଶାସନ । -ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଛୁଟି ନେଇପାରିବେ, କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ କାର୍ଯ୍ୟରେ ଯୋଗଦେବେ ।

୧୫- ଦିଲ୍ଲୀ ପାଣି ସମସ୍ୟା ନେଇ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଟ୍ୟାଙ୍କର୍ ମାଫିଆଙ୍କ ବିରୋଧରେ କଣ ନେଇଛ କାର୍ଯ୍ୟାନୁଷ୍ଠାନ ।

୧୬- ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ, ସର୍ତ୍ତ ସ୍ଥିର କରିବେ ନିମ୍ନ ଅଦାଲତ ।

୧୭- ଷ୍ଟକ୍ ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଶିଖର ଛୁଇଁଛି NSE । ଏହାସହ ନିଫ୍ଟି ୨୩,୪୨୦.୩୫ର ଏକ ନୂତନ ରେକର୍ଡ ସୃଷ୍ଟି କରିଛି ।

୧୮- ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ମୁସ୍କିଲ ପିଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେଙ୍କ ସାହସିକ ଇନିଂସ। ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍‌ର ୨୫ତମ ମୁକାବିଲାରେ ଭାରତ ଆମେରିକାକୁ ୭ ଓ୍ଵିକେଟ୍‌ରେ ହରାଇଛି।

୧୯- ଆଗାମୀ ୨୪ ଘଣ୍ଟା ଲାଗି ଜମ୍ମୁରେ ରେଡ ଆଲର୍ଟ, ଆତ୍ମଘାତୀ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ ।

୨୦- ନିର୍ବାଚନ କାର୍ଯ୍ୟ ସମୟରେ ମୃତ କର୍ମଚାରୀଙ୍କ ଆଇନ ଅନୁମୋଦିତ ଉତ୍ତରାଧିକାରୀଙ୍କୁ ଅନୁକମ୍ପା ରାଶି ମଞ୍ଜୁରୀ ।

*🙏 ସୁପ୍ରଭାତ ,ଶୁଭ ସକାଳ 🙏*