April 29, 2026

ଶୃଙ୍ଖଳିତ ହେବ ପୁରୀ ଶ୍ରୀମନ୍ଦିର:ଖୋଲିଲା ୪ ଦ୍ୱାର, ଏକ୍ସରେ ପୋଷ୍ଟକରି ମୁଖ୍ୟମନ୍ତ୍ରୀଙ୍କ ସୂଚନା

IMG-20240613-WA0000
Share

 

ପୁରୀ:ପୁରୀ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି।ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ରହି ଖୋଲାଯାଇଛି ଶ୍ରୀମନ୍ଦିର ର ୪ ଦ୍ୱାର ।ଏହି ୪ ଦ୍ୱାରରେ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ କରାଯିବ।ପରିଚାଳନା କମିଟିର ଜରୁରୀ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି।ଏପରିକି ପାନୀୟ ଜଳ ବ୍ୟବସ୍ଥା କରାଯିବା ସହିତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ।ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଏକ୍ସ ପୋଷ୍ଟରେ ପୋଷ୍ଟ କରି ଏଭଳି ସୂଚନା ଦେଇଛନ୍ତି।

ଏହାକୁ ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଅନେକ ଫୋଲର୍ସ ସ୍ୱାଗତ କରିବା ସହିତ ପର୍ଯ୍ୟଟକ ମାନଙ୍କ ପାଇଁ ଅତିଥିଶାଳା ଭଳି ଅନେକ ପରାମର୍ଶ ମଧ୍ୟ ଦେଇଥିବା ଏହି ପୋଷ୍ଟରେ ଦେଖିବାକୁ ମିଳିଛି।