September 21, 2024

ବହୁ ଚର୍ଚ୍ଚିତ ନବୋଦୟ ଛାତ୍ରୀ ସୌଦାମିନୀ ମୃତ୍ୟୁ ମାମଲାର ନୂଆ ମୋଡ଼: କ୍ରାଇମବ୍ରାଞ୍ଚ ନବୋଦୟ ବିଦ୍ୟାଳୟ ବିରୋଧରେ ଏସଡିଜେଏମ କୋୖର୍ଟରେ ମକଦ୍ଦମା ଦାଖଲ କଲା 

Share

ବହୁ ଚର୍ଚ୍ଚିତ ନବୋଦୟ ଛାତ୍ରୀ ସୌଦାମିନୀ ମୃତ୍ୟୁ ମାମଲାର ନୂଆ ମୋଡ଼: କ୍ରାଇମବ୍ରାଞ୍ଚ ନବୋଦୟ ବିଦ୍ୟାଳୟ ବିରୋଧରେ ଏସଡିଜେଏମ କୋୖର୍ଟରେ ମକଦ୍ଦମା ଦାଖଲ କଲା

 

ପାରଳାଖେମୁଣ୍ଡି:୧୩/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଗତ ରବିବାର ଠାରୁ କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିବା ବେଳେ ଆଜି 3ୟ ଦିନରେ ପହଞ୍ଚିଛି । ଏହି ବହୁ ଚର୍ଚ୍ଚିତ ମାମଲା ନୂଆ ମୋଡ଼ ନେଇଛି. କ୍ରଇମବ୍ୟାଞ୍ଚର 2 ଦିନିଆ ତଦନ୍ତ ପରେ ଗତକାଲି ପାରଳାଖେମୁଣ୍ଡି ନବୋଦୟ ବିଦ୍ୟାଳୟ ବିରୋଧରେ ଏସଡିଜେଏମ କୋର୍ଟରେ କେଶ ନଂ ଜିଆର 95/2023 ରେ କ୍ରାଇମବ୍ୟାଞ୍ଚ 302 ଓ 201 ଆଇପିସି ଧାରାରେ ମକଦ୍ଦମା ରୁଜୁ କରିଛି. ଆଜି ସହ ଗତ 2 ଦିନ ଧରି ପାରଳାଖେମୁଣ୍ଡି ସ୍ଥିତ ଜବହାର ନବଦୋୟ ବିଦ୍ୟାଳୟକୁ ଯାଇଥିଲେ ୫ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ । ବିଦ୍ୟାଳୟ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପଚରା ଉଚରା କରିଥିବାର ଜଣାପଡିଛି । ତେବେ ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି କ୍ରାଇମ ବ୍ରାଞ୍ଚ ଟିମ୍ । ଏହି 5ଜଣିଆ କ୍ରାଇମ ବ୍ରାଞ୍ଚ ଟିମ୍ ସହ ମୃତ ଛାତ୍ରୀ ସୌଦାମିନୀ ରଇତଙ୍କ ମାତା ତଥା ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି । ପ୍ରଥମ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ କାଶୀନଗର ଗସ୍ତ କରି ସେଠାରେ ରହୁଥିବା ମୃତ ସୌଦାମିନୀଙ୍କ ମାତା ପିତାଙ୍କ ସମେତ ଅନ୍ୟ ଜଣକୁ ପଚରା ଉଚରା କରି ବୟାନ ରେକର୍ଡ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ନବଦୋୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀକୁ ହତ୍ୟା କରି ସୁପରୀକଳ୍ପିତ ଭାବେ ଫାଶୀ ହୋଇ ଆତ୍ମହତ୍ୟା ଅଭିଯୋଗ କରାଯାଇ ଗତ ଫ୍ରେବୁଆରି ମାସରେ ପାରଳାଖେମୁଣ୍ଡି ଥାନାରେ ସୌଦାମିନୀର ପରିବାର ତରଫରୁ ଅଭିଯୋଗ ହୋଇଥିଲା. ହେଲେ ସୌଦାମିନୀର ପରିବାର ଉଚିତ ନ୍ୟାୟ ନ ପାଇବାରୁ ପାରଳାଖେମୁଣ୍ଡି ସିପିଆଇଏମର ସହାୟତାରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ 46 ଦିନ ଧରି ରିଲେ ଅନଶନ ଚଳାଇଥିଲେ. ପରେ ଆମରଣ ଅନଶନ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗଜପତି ଏସପି ଏସ. ସ୍ୱାତୀ କୁମାର ଘଟଣା ସ୍ଥଳରେ ପହଞ୍ଚି ସୌଦାମିନୀ ମୃତ୍ୟୁ ମାମଲା କ୍ରାଇମବ୍ୟାଞ୍ଚ ଦ୍ୱାରା ତଦନ୍ତ କରାଯିବ ବୋଲି ପୋଲିସ ମହା ନିର୍ଦେଶକ ନିର୍ଦେଶ ଦେଇଛନ୍ତି ବୋଲି ଘୋଷଣା କରିବା ପରେ ଆନ୍ଦୋଳନ ପ୍ରତ୍ୟହୃତ ହୋଇଥିଲା. ଏହା ପରେ କ୍ରାଇମବ୍ୟାଞ୍ଚଟିମ ଗତ 3 ଦିନ ତଳେ ପାରଳାଖେମୁଣ୍ଡି ପହଞ୍ଚି ସୌଦାମିନୀ ମୃତ୍ୟୁ ମାମଲା ତଦନ୍ତ ଆରମ୍ଭ କରିଥିଲେ. ଗତକାଲି କ୍ରାଇମବ୍ୟାଞ୍ଚଟିମ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ନବୋଦୟ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ.