March 11, 2026

ପୁଣି ଦୁର୍ଘଟଣା: ଚେନ୍ନାଇରେ ଲାଇନଚ୍ୟୁତ ହେଲା ଜନ ଶତାବ୍ଦୀ ଏକ୍ସପ୍ରେସ୍,,,

68f0d856-c3e3-421a-859d-03893ee597fa
Share

ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଜନ ଶତାବ୍ଦୀ ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଜନଶତାବ୍ଦୀ ଟ୍ରେନ୍ ଯାତ୍ରୀମାନଙ୍କୁ ଓହ୍ଲାଇବା ପରେ ସଫା ହେବାକୁ ୟାର୍ଡକୁ ଯିବା ବେଳେ ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ବିଜୟୱାଡ଼ାରୁ ଆସୁଥିବା ଜନଶତାବ୍ଦୀ ଟ୍ରେନ୍‌ ପୁରାଚି ଥାଲାଇଭରର ଡ. ଏମ୍‌ଜିଆର୍‌ ଚେନ୍ନାଇ ସେଣ୍ଟ୍ରେଲ୍ ଷ୍ଟେସନ୍ ଯାତ୍ରୀ ଙ୍କୁ ଓହ୍ଲାଇବା ପରେ ବାସିନ ବ୍ରିଜ୍ ୟାର୍ଡକୁ ସଫା ହେବାକୁ ଯାଉଥିଲା। ଏହି ସମୟରେ ଟ୍ରେନ୍‌ର ଏକ ବଗିରେ ପ୍ରଥମ ଦୁଇଟି ଚକ ଲାଇନଚ୍ୟୁତ ହୋଇଥିଲା।

ରାତି ୧୨ଟା ବେଳେ ଘଟଣା ଘଟିଥିବା ବେଳେ ଟ୍ରେନ୍‌ ଚକ ପୁଣିଥରେ ଟ୍ରାକ୍‌ ଆଣିବାକୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ଖବର ପାଇଁ ରଲେବାଇ ପୁଲିସ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଟ୍ରେନ୍ ଚକାକୁ ଟ୍ରାକ୍‌କୁ ଆଣିଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ଟ୍ରେନ୍ ଅଟକିଥିବା ଯୋଗୁ ମେନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ତେବେ ଲୋକପାଇଲଟ ଓ କର୍ମଚାରୀଙ୍କ ସହ ମିଶି ରେଳବାଇ ପୁଲିସ ମାମଲାର ତଦନ୍ତ କରୁଛି।