March 10, 2026

ବେଆଇନ ଭାବେ ଡଙ୍ଗା ସାହାଯ୍ୟରେ ମେସିନ ଲଗାଇ ହରିଲୁଟ ହେଉଛି ବାଲି ନିରବ ଦ୍ରଷ୍ଟା ସାଜିଛି ଖଣିଜ ବିଭାଗ : ଗରିବ ଲୋକଙ୍କ ଉପରେ ପଡୁଛି ପ୍ରହାର 

IMG-20250513-WA0036
Share

 

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ବୈତରଣୀ ନଦୀର ଏରେଣ୍ଡେଇ ବାଲି ଘାଟରେ ଡଙ୍ଗା ଲଗାଇ ମେସିନ୍ ସାହାଯ୍ୟରେ ବାଲି ଉଠା ଯାଉଥିବା ଦେଖିବାକୁ ମିଳିଛି। ସୂଚନା ରୁ ପ୍ରକାଶ ଯେ ତୁରୁମୁଙ୍ଗା ଅଞ୍ଚଳର ପ୍ରଭାତ କୁମାର ସାହୁଙ୍କୁ ୫ ବର୍ଷ ପାଇଁ ଅନୁମତି ମିଳିଥିବା ବେଳେ ଏହା ୨୦୨୦ ମସିହା ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୨୦୨୫ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହାର ଅବଧି ରହିଛି। ଏହା ୨ ଏକର ୯୦ ଡିସିମିଲି ଏରିଆରେ ଏହି ଲିଜି ହୋଇଛି କିନ୍ତୁ ସେହି ସ୍ଥାନରୁ ବାଲି ନ ଉଠାଇ ଅନ୍ୟ ସ୍ଥାନରୁ ବାଲି ଉଠା ଯାଉଛି, ତାହା ବି ନଦୀ ଗର୍ଭରୁ ଡ଼ଙ୍ଗା ମାଧ୍ୟରେ, ଯାହା ଫଳରେ ସମୁଦାୟ ବାଲି କୁ ଲୁଟ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳିଛି। ସେପଟେ ମଧ୍ୟ ବହୁ ସଂଖ୍ୟାରେ ବେଆଇନ ଭାବେ ଏକ ପଡିଆରେ ଡିପୁ କରି ବଡ଼ ବଡ଼ ଟ୍ରକ ସାହାଯ୍ୟରେ ବାହାର ଅଞ୍ଚଳକୁ ଚାଲାଣ କରାଯାଇଛି ଟ୍ରିପ ଟ୍ରିପ ବାଲି, ଫଳରେ ସେହି ଅଞ୍ଚଳର ଲୋକେ ଚଢ଼ା ଦରରେ ବାଲି କିଣୁଥିବା କହିଛନ୍ତି। ଖଣି ଓ ରାଜସ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି। ପାଖ ଅଞ୍ଚଳ ଲୋକେ ବାଲି ପାଇଁ ଡହଳ ବିକଳ ହେଉଥିବା ବେଳେ ଲିଜ ଧାରୀ ମାନେ ଚଢା ଦରରେ ଅନ୍ୟ ଅଞ୍ଚଳକୁ ରପ୍ତାନି କରି ମାଲେମାଲ ହେଉଛନ୍ତି l ଏପଟେ ଗରିବ ଶ୍ରେଣୀର ଲୋକ ମାନେ ବାଲି ପାଉନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଗୃହ ସମ୍ପୂର୍ଣ କରି ପାରୁ ନାହାନ୍ତି l ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ଖଣିଜ ବିଭାଗ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଞ୍ଚଳରେ ଆସନ୍ତୋଷ ପ୍ରକାଶ କରୁଛନ୍ତି l