May 13, 2025

ମୋହନା ନିର୍ବାଚନ ମଣ୍ଡଳୀ ପ୍ରତି ଯଦି ବିଜେଡି ଦଳ ଗୁରୁତ୍ଵ ଦେବନି ତେବେ ହଜାର ହଜାର ଲୋକ ବିଜେଡି ଛାଡ଼ିବା ନିମନ୍ତେ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି ..

Share

 

ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଓଡ଼ିଶା ର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଅଟେ। ଏହି ନିର୍ବାଚନ ମଣ୍ଡଳୀ ଲଗାତାର ବିରୋଧୀ ହାତରେ ଅନେକ ସମୟରେ ରହି ଆସିଛି। ବର୍ତ୍ତମାନ ଲଗାତାର ଦୁଇ ଥର ମୋହନା ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ର ବିଧାୟକ ନିର୍ବାଚନ ଜିତୁଥିବା ବେଳେ ବିଜେଡି ଦଳ ଏହି ନିର୍ବାଚନ ମଣ୍ଡଳୀରେ ନେତାଙ୍କୁ ଉପେକ୍ଷା କରିବାରୁ ନିର୍ବାଚନ ହେଉଥିବା ଶୁଣିବାକୁ ମିଳୁଛି। ବାହାରୁ ନେତା ଆସି ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା କରୁଥିବାରୁ ନେତା ବିତୃଷ୍ଣା ହେଉଥିବା ଦେଖିବାକୁ ମିଳେ। ଏହି ସମୟରେ ମୋହନା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ବରିଷ୍ଟ ନେତା ମାନଙ୍କୁ ଉପେକ୍ଷା କରି ରାଜ୍ୟ ଦଳରେ କାହାକୁ ବି ସଭ୍ୟ ଚୟନ କରିନଥିବାରୁ ସ୍ଥାନୀୟ ନେତା ମାନେ ଅସନ୍ତୁଷ୍ଟ ହୋଇ ରହିଥିବା ଶୁଣିବାକୁ ମିଳୁଛି। ତେଣୁ ରାଜ୍ୟ ଏବଂ ଜିଲ୍ଲା ନେତା ମାନେ ଦୃଷ୍ଟି ଦେଇ ବରିଷ୍ଟ ନେତା ଙ୍କୁ ରାଜ୍ୟ ଏବଂ ଜିଲ୍ଲା କମିଟି ରେ ସ୍ଥାନ ଦେଇ ମୋହନା ନିର୍ବାଚନ ମଣ୍ଡଳୀ ରେ ବିଜେଡି ସ୍ଥିତି ବଜାୟ ରଖିବା ନିମନ୍ତେ ଦାବୀ ହେଉଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ମୋହନା ନିର୍ବାଚନ ମଣ୍ଡଳୀ ଚାରୋଟି ବ୍ଲକ୍ ମୋହନା,

ଆର.ଉଦୟଗିରି, ନୂଆଗଡ ଓ ରାୟଗଡ଼ କୁ ନେଇ ଗଠିତ ହୋଇଛି।କିନ୍ତୁ ଜିଲ୍ଲା ର ବୃହତ୍ତମ ବ୍ଲକ ମୋହନା ୩୯ଟି ଗ୍ରାମ ପଞ୍ଚାୟତ କୁ ନେଇ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ମୋହନା ବ୍ଲକ ବିଜେଡି ଦଳର ସଭାପତି ଇସ୍ତଫା ଦେବାପରେ ବହୁ ଆଶାୟୀ ପର୍ଥି ଉଭାହୋଇଛନ୍ତି। ମୋହନା ବ୍ଲକ ସଭାପତି ହେବା ଆଶାୟୀ ବ୍ୟକ୍ତି ମାନେ ନିଜ ନିଜ ସମର୍ଥକ କୁ ଧରି ସ୍ଥାନେ ସ୍ଥାନେ ବୈଠକ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ଦଳୀୟ ନେତାଙ୍କ ଉପରେ ଚାପ ସୃଷ୍ଟି କରୁଥିବା ଶୁଣିବାକୁ ମିଳୁଛି ତେଣୁ ରାଜ୍ୟ ଏବଂ ଜିଲ୍ଲା କମିଟି ମୋହନା ବ୍ଲକ ର ବରିଷ୍ଟ, ଯୁବ, ଛାତ୍ର, ମହିଳା ଙ୍କ ସମେତ ଦଳୀୟ କର୍ମୀ ଙ୍କୁ ଏକତ୍ରିତ କରି ମୋହନା ବ୍ଲକ ରେ ସଭାପତି ଚୟନ କଲେ ଦଳ ଆଗାମୀ ଦିନରେ ସମସ୍ତ ଙ୍କୁ ନେଇ ପରିଚାଳନା ହେବା ସଙ୍ଗେ ଦଳ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିପାରିବ ବୋଲି ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।