March 12, 2026

ଉମରକୋଟ ଠାରେ ଅତିରିକ୍ତ ଜିଲ୍ଲା-ଜଜ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ..

IMG-20250513-WA0024
Share

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ ଙ୍କ ଅଦାଲତ ର କାର୍ଯ୍ୟରତ ମାନ୍ୟବର ଅତିରିକ୍ତ ଜିଲ୍ଲାଜଜ ଶ୍ରୀଯୁକ୍ତ ଗିରିଜା ପ୍ରସାଦ ମହାପାତ୍ର ଙ୍କୁ କଟକ ସ୍ଥିତ ଷ୍ଟେଟ ଟ୍ରାନ୍ସପୋର୍ଟ ଅପିଲେଟ ଟ୍ରିବୁନାଲ କୁ ବଦଳି ହୋଇଛି । ଏ ଅବସର ରେ, ଉମରକୋଟ ଓକିଲ ସଂଘ ତରଫେ, ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥି ରେ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରପତି ଇପ୍ସିତା ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।

ଏ ଅବସରରେ ସମସ୍ତ ଓକିଲ ବନ୍ଧୁ ମାନେ ଓକିଲ ସଂଘ ପରିସର ରେ ଉପସ୍ଥିତ ହୋଇ ଶ୍ରୀ ମହାପାତ୍ର ଙ୍କୁ, ଓକିଲ ସଙ୍ଘ ତରଫେ ସମ୍ବର୍ଦ୍ଧନା କରା ଯାଇଥିଲା । ସଂଘ ର ସଭାପତି ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ, ସମ୍ପାଦକ ଶାନ୍ତନୁ ବାହିନୀପତି, ବରିଷ୍ଠ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି , ଅନ୍ୟତମ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ ଏବଂ ମନୋହର ମହାନ୍ତି, ଉପସଭାପତି ବିଜୟଲତା ପାଣିଗ୍ରାହୀ, କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତି, ଙ୍କ ସମେତ ବରିଷ୍ଟ ଓକିଲ ତପନ ଦେବନାଥ, ପ୍ରଦୀପ ପଟ୍ଟନାୟକ, ସନ୍ତୋଷ ସାହୁ, ଅଶୋକ ପାଢ଼ୀ, ରାମ ନାୟକ, କାଳୀ ନନ୍ଦ, ମନୋଜ ମହାପାତ୍ର, ହରିହର ଶତପଥୀ, କୃଷ୍ଣ ପଟ୍ଟନାୟକ, କୃଷ୍ଣ ନନ୍ଦ, ରାଜେନ୍ଦ୍ର ସାହୁ, ସଂଗ୍ରାମ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ମାର୍କଣ୍ଡ ସାହୁ, ରବୀନ୍ଦ୍ର ପଟ୍ଟନାୟକ, କମଲ ଗାଇନ, ଯୋଗେନ୍ଦ୍ର କଲାର, ଶ୍ରୀକ୍ରୀଷ୍ଣା ରାୟ, ଭଗବାନ କଲାର, ଯୁଧିଷ୍ଠିର ଦଳେଇ, ଶିବ ପତି, ସୁମନ ସାମଲ, ନିବେଦିତା ହାଲଦାର, ଜୟନ୍ତ ମଜୁମଦାର, ଜି.ସନ୍ତୁ, ବୁଲୁ ଗରଡ଼ା, ଗୋପୀନାଥ ସାହୁ, ସଂଜୟ ବିଶୋୟୀ, ଏବଂ ଅନେକ ଓକିଲ ବନ୍ଧୁ ଉପସ୍ଥିତ ରହିଥିଲେ ।